ମଲୟାଲମ ସିନେମାର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ସଲମ କୁମାରଙ୍କ ପରଲୋକ
ମଲୟାଲମ ସିନେମାର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ସଲମ କୁମାରଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସଲିମଙ୍କ ନିଧନରେ ମଲୟାଲମ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । କୋଚି ହସପିଟାଲରେ ତାଙ୍କୁ ଦେଖିବାକୁ ପାଇଁ ପ୍ରବଳ ଗ୍ରହଳି ଲାଗିଛି । ତାଙ୍କ ଅନ୍ତିମ ଦର୍ଶନ ବାସଭବନରେ ହେବ । କିଛିଦିନ ତଳେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ସଲିମ କୁମାର ୨୦୧୦ରେ ସର୍ବଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ । ଏହାସହିତ ମଲୟାଲମ ସିନେମାରେ ୩୨୨ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ଚଳିତବର୍ଷ ରିଲିଜ ହୋଇଥିବା ଫିଲ୍ମ କୋଡୋଥରାମରେ ଶେଷ ଥର ପାଇଁ ନଜର ଆସିଥିଲେ । ଏହାପୂର୍ବରୁ ୨୦୨୫ରେ ସଲିମ ୩ଟି ଫିଲ୍ମରେ କାମ କରିଛନ୍ତି । ରେଚଲ, ଆଜାଦୀ ଫିଲ୍ମରେ ଦମଦାର ରୋଲ ପ୍ଲେ କରିଛନ୍ତି ।
ସଲିମ ୧୯୯୭ରେ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ମଲୟାଲମ ଫିଲ୍ମରେ କମେଡି ଏବଂ ସିରିଅସ ଭୂମିକାରେ ନଜର ଆସିଛନ୍ତି । ନିଜର ଦମଦାର ଆକ୍ଟିଂ ଜରିଆରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ କ୍ୟାରିଅର ସମୟରେ କେରଳ ସରକାର ମଧ୍ୟ ୪ ଥର ରାଜ୍ୟ ପୁରସ୍କାରେ ସମ୍ମାନିତ କରିଛନ୍ତି ।
ସଲିମ ଅଭିନୟ ଛଡା ନିର୍ଦ୍ଦେଶନା ଏବଂ ପ୍ରଯୋଜନା ଦେଇଥିଲେ । ନିଜ କ୍ୟାରିଅରରେ ୩ଟି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲ । ୨୦୧୫ରେ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ୨୦୧୮ରେ ସଲିମ ଫିଲ୍ମ ପ୍ରଯୋଜନା ଦେଇଥିଲେ ।