ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଗରମ ଓ ଗୁଳୁଗୁଳି,ସାଢ଼େ ୮ଟା ସୁଦ୍ଧା ୩୩ ଡିଗ୍ରୀ ତାପମାତ୍ରା ହୋଇଥିବାବେଳେ ଆଦ୍ରତା ୭୭%
ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଗରମ ଓ ଗୁଳୁଗୁଳି । ସାଢ଼େ ୮ଟା ସୁଦ୍ଧା ୩୩ ଡିଗ୍ରୀ ତାପମାତ୍ରା ହୋଇଥିବାବେଳେ ଆଦ୍ରତା ରହିଛି ୭୭% । ୪୭ ଡିଗ୍ରୀ ପରି ଅନୁଭୂତ ହେଉଛି ଭୁବନେଶ୍ବର ଗରମ ।
ସାରା ଦେଶରେ ଉତପ୍ତ ସହରଭାବେ ପରିଚିତ ହୋଇଥିବା ସୁବର୍ଣ୍ଣପୁର ବାସୀ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜୁନ ମାସରେ ବି ଖରାର ତାଉ ଦେଖିବାକୁ ମିଳିଛି । ଗରମ ଗୁଳୁଗୁଳିରେ ଲୋକେ ତ୍ରାହୀ ତ୍ରାହୀ ଡାକିଲେଣି । କାମ ନଥିଲେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି । ପ୍ରଚଣ୍ଡ ଖରାରେ ରାସ୍ତାଘାଟ ଶୂନଶାନ୍ ହୋଇ ପଡୁଛି । ଅତି ଆବଶ୍ୟକ କାମରେ ଘରୁ ଆସୁଥିବା ଲୋକେ ପାଣି ଟିକେ ବି ପାଇ ପାରୁ ନାହାନ୍ତି ।
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ସାଙ୍ଗକୁ ସେପଟେ ବିଦ୍ୟୁତର ଲୁଚକାଳି ଖେଳ ଜନଜୀବନକୁ ଅସ୍ତବ୍ୟସ୍ଥ କରିପକାଉଛି । ଗାଁ ଗଣ୍ଡାରେ ଥିବା ପୋଖରି ସବୁ ଶୁଖି ଗଳାଣି, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଜୁନ ମାସରେ ଅଦିନିଆ ମେଘ ହେଲେ ଚାଷି ତାର ଚାଷ କାର୍ଯ୍ୟ ଆରମ୍ଭ କରିଥାଏ, କୁନ୍ତୁ ବର୍ଷାର ନାଁ ଗନ୍ଧ ନାହିଁ । ପଶୁ କିମ୍ବା ମଣିଷ ଖରା ଦାଉରୁ କିଭଳି ରକ୍ଷା ପାଇବେ, କେବେ ମୈାସୁମୀ ଆସିବ ଏବେ ସେଇ ଚିନ୍ତାରେ ।