ଜାଆଁଳା ସନ୍ତାନର ମା ହେଲେ ବିଗ୍ ବସ୍ ଫେମ୍ ସମ୍ଭାବନା ସେଠ୍
ଜାଆଁଳା ସନ୍ତାନର ମା ହେଲେ ବିଗ୍ ବସ୍ ଫେମ୍ ସମ୍ଭାବନା ସେଠ୍ । ଦୀର୍ଘ ୧୦ ବର୍ଷ ଶେଷରେ ଅଭତନେତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ତାଙ୍କ ଘରକୁ ସ୍ବାଗତ କରିଛନ୍ତି । ସରୋଗେସି ମାଧ୍ୟମରେ ତାଙ୍କ ଜୀବନରେ ଦ୍ବିଗୁଣିତ କରି ଦେଇଛି । ଅଭିନେତ୍ରୀ ଏହି ଖୁସି ଖବରକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତ୍ରୀଙ୍କ ଆଖିରେ ଲଚହ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଇନଷ୍ଟାଗ୍ରାମରେ ଫଟୋ ସେୟାର କରିବା ସହିତ ସେ ଲେଖିଛନ୍ତି ଯେ, ଆମ ଘରକୁ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଆସିଛି । ତାଙ୍କ ଘରକୁ ପୁଅ ଓ ଝିଅ ଭାବେ ଗଣେଶ ଓ ଲକ୍ଷ୍ମୀ ଆସିଛନ୍ତି ବୋଲି କହିଛନ୍ତି । ଅଭିନେତ୍ରୀ ସରୋଗେସି ମାଧ୍ୟମରେ ମାଆ ହୋଇଛନ୍ତି । ମା ହେବା ପରେ ଅଭିନେତ୍ରୀ ତାଙ୍କ ସ୍ବାମୀ ଅଭିନାଶଙ୍କ ସହ ଅପରେସନ ଥିଏଟରର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି । ସମ୍ଭାବନା ସାତ କିମ୍ବା ଆଠ ଥର IVF କରିଥିଲେ, କିନ୍ତୁ ପ୍ରତ୍ୟେକ ଥର ଏହା ବିଫଳ ହୋଇଥିଲା । ଅଭିନେତ୍ରୀ ଝିଅ ଚାହୁଁଥିଲେ ବୋଲି ସେ ତାଙ୍କ ପୂର୍ବ ବ୍ଲଗରେ କହିଥିଲେ । ଏବେ କିନ୍ତୁ ତାଙ୍କ ଘରକୁ ଦୁଇଟି କୁନି ଅତିଥି ଆସିଛନ୍ତି ବୋଲି ସେ କହିଛନ୍ତି ଏବଂ ଖୁସି ଖବରକୁ ସେୟାର କରିଛନ୍ତି । ଖୁସି ଖବରକୁ ସେୟାର କରିବା ପରେ ଅଭିନେତ୍ରୀଙ୍କୁ ସେଲିବ୍ରିଟି ଏବଂ ଫ୍ୟାନ୍ସ ଅଭିନନ୍ଦନ ଜଣାଉଛନ୍ତି ।
ଯଦି ସେମାନଙ୍କ ପର୍ସନାଲ ଲାଇଫ୍ ବିଷୟରେ କୁହାଯାଏ ତେବେ ସେମାନେ ୨୦୨୬ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ବିବାହର ୧୦ ବର୍ଷ ପରେ ମଧ୍ୟ ମା ହୋଇପାରିନଥିଲେ । ଅନେକ ଥର IVF କରିଥିଲେ, କିନ୍ତୁ ପ୍ରତ୍ୟେକ ଥର ବିଫଳ ହୋଇଥିଲେ। ତଥାପି, ଏଥର ସେ ସରୋଗେସି ମାଧ୍ୟମରେ ଯିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏବେ ତାଙ୍କ ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି ।