କେରଳମ୍ ଛୁଇଁଲା ମୌସୁମୀ ବାୟୁ

କେରଳମ୍ ଛୁଇଁଲା ମୌସୁମୀ ବାୟୁ । ଜୁନ୍ ୪ ତାରିଖରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂ-ଭାଗକୁ କେରଳମ୍ ଠାରେ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛ । ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ରେ ମଧ୍ୟ ସୂଚନା ଦେଇଛନ୍ତି ।

ବୁଧବାର ସକାଳୁ ଖରା ପ୍ରକୋପ ଆରମ୍ଭ ହୋଇଯାଇଥିଲା। ବିଭିନ୍ନ ସ୍ଥାନରେ କରିଥିଲା। ଟିଟିଲାଗଡ଼ ୪୨ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ସିଝିଥିଲା। ବୌଦ୍ଧ ଓ ସମ୍ବଲପୁରରେ ପାରଦ ୪୧.୨ ତାପମାତ୍ରା ୪୦ ଡିଗ୍ରୀ ପାର୍ ଡିଗ୍ରୀ ଥିବା ବେଳେ ହୀରାକୁଦ, ତାଳଚେର, ଭବାନୀପାଟଣା, ବଲାଙ୍ଗିର, ସୋନପୁର, ଢେଙ୍କାନାଳ, ବରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଥିଲା। ଅପରାହ୍ନରେ ଉପକୂଳ ଆକାଶକୁ ଘୋଟିଥିଲା ବାଦଲ। ଆରବ ସାଗର ପଟୁ ଦକ୍ଷିଣ ଆର୍ଦ୍ରତା ଓଡ଼ିଶା ଉପକୂଳ ଦେଇ ଉତ୍ତର ପୂର୍ବ ଭାରତକୁ ଯାଇଥିଲା। ଯେଉଁଥିପାଇଁ ଆକାଶ ମେଘାଛନ୍ନ ହୋଇଥିଲା। ଏହା ପ୍ରଭାବରେ ବଡ଼ ବର୍ଷା ନ ହେଲେ ବି ଝିପିଝିପି ବର୍ଷା ହୋଇଥିଲା । ଭୁବନେଶ୍ଵର, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ଅନୁଗୁଳରେ ହାଲୁକା ବର୍ଷା ହୋଇଥିଲା।

Leave a comment