ରବିନା ଟଣ୍ଡନଙ୍କ ମା’ଙ୍କ ଘରୁ ୫ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ଦାମୀ ଘଣ୍ଟା ଚୋରି କଲେ ସହାୟିକା, ଗିରଫ କଲା ପୋଲିସ

ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ମା’ଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ସଫଳତା । ରବିନାଙ୍କ ମା’ଙ୍କର ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଖବର ମିଳିବା ପରେ ଜୁହୁ ପୋଲିସ ୪୭ ବର୍ଷୀୟ ସହାୟିକା ରାଶି ଛାବିରିଆଙ୍କୁ ଗିରଫ କରିଛି । ରବିନା ଟଣ୍ଡନଙ୍କ ମା’ଙ୍କ ବିଶ୍ୱାସ ଜିତିବା ପରେ ତାଙ୍କ ଘରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ଦାମୀ ଘଣ୍ଟା ଚୋରି କରିଛ ।

ଖବର ମୁତାବକ, ଅଭିଯୁକ୍ତ ମହିଳା ୨୦୨୦ ମସିହାରୁ ଟଣ୍ଡନ ପରିବାର ସହିତ ସମ୍ପର୍କରେ ଥିଲେ । ସେ ରବିନା ଟଣ୍ଡନଙ୍କ ମା’ଙ୍କ ଘରର ଯତ୍ନ ନେବା ପାଇଁ ସହାୟିକା ଭାବେ ତାଙ୍କ ଘରକୁ ଯାଉଥିଲେ । ପରିବାର ଲୋକ ଅଳଙ୍କାର ଏବଂ ଦାମୀ ଘଣ୍ଟା ଚୋରି ହେବା ବିଷୟରେ ଜାଣିବା ମାତ୍ରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପରିବାର ଲୋକ ପ୍ରଥମେ ସମସ୍ତଙ୍କୁ ପଚରା ଉଚରା କରିଥିଲେ, ୪୭ ବର୍ଷୀୟ ରାଶି ଛାବିରିଆ ଚୋରିକୁ ଅସ୍ୱୀକାର କରିଥିଲେ । ରବୀନା ଟଣ୍ଡନଙ୍କ ମାଆଙ୍କ ଯତ୍ନ ନେଉଥିବା ରାଶି ଛାବିରିଆଙ୍କ ବିରୋଧରେ ଘରର ସେଫ୍ ଭାଙ୍ଗି ସୁନା ଏବଂ ହୀରା ଅଳଙ୍କାର, ଏବଂ ଦୁଇଟି ଦାମୀ ଘଣ୍ଟା ଚୋରି କରିବାର ଅଭିଯୋଗ ହୋଇଛି ।

ରାଶି ଛାବିରିଆ ୨୦୨୦ ମସିହାରୁ ଟଣ୍ଡନ ପରିବାରର ଜୁହୁ ଘରକୁ ଆସୁଥିଲେ । ଟଣ୍ଡନ ପରିବାର ସହିତ ତାଙ୍କର ଭଲ ସମ୍ପର୍କ ଥିଲା ଏବଂ ଘରର ସବୁ ଜାଗାକୁ ଯିବାର ଅନୁମତି ଥିଲା । ସେ ପ୍ରାୟତଃ ରବୀଣା ଟଣ୍ଡନଙ୍କ ମାଆଙ୍କ ଯତ୍ନ ନେବା ପାଇଁ ଘରକୁ ଆସୁଥିଲେ ଏବଂ ବେଳେବେଳେ ରୋଷେଇ କରୁଥିଲେ ।

ଚୋରି ହେବା ପରେ ପୋଲିସକୁ ମିଳିଥିବା ସୂଚନା ମୁତାବକ, ମାମଲା ରୁଜୁ କରି କେୟାରଟେକରଙ୍କୁ ଏବେ ଗିରଫ କରାଯାଇଛି । ଚୋରି ହୋଇଥିବା କିଛି ଘଣ୍ଟା ଜବତ କରାଯାଇଛି । ଜୁହୁ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି।

Leave a comment