ସୁପର ଏଲ-ନିନୋ’ ପ୍ରଭାବରେ ଓଡ଼ିଶାରେ ସ୍ୱାଭାବିକଠୁ କମ୍ ବର୍ଷା ସମ୍ଭାବନା ରହିଛି – IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର
ଦେଶର ଅଧିକାଂଶ ଭାଗରେ ପାରଦ ଏବେ ୪୫ ରୁ ୪୮ ଡିଗ୍ରୀ ସେଲସିୟସ ପାର୍ କରିସାରିଲାଣି। ଦିଲ୍ଲୀ-ଏନସିଆର, ଉତ୍ତର ଭାରତ ଏବଂ ଓ ସମେତ ବିଭିନ୍ନ ଅଞ୍ଚଳ ଏପରିକି ଆମ ଓଡ଼ିଶା ମଧ୍ୟ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଓ ଲୁ’ (Heatwave) କବଳରେ ରହିଛି।
ବୈଜ୍ଞାନିକମାନଙ୍କ ଅନୁସାରେ, ଏହି ଜୀବନହନ୍ତା ଗରମ ପଛରେ କେବଳ ସ୍ଥାନୀୟ କାରଣ ନାହିଁ, ବରଂ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏକ ଶକ୍ତିଶାଳୀ ‘ସୁପର ଏଲ-ନିନୋ’ (Super El-Nino) ଦାୟୀ। ଏହା ୧୫୦ ବର୍ଷର ରେକର୍ଡ ଭାଙ୍ଗିବା ସହ ଭାରତରେ ମରୁ ଏବଂ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିପାରେ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ IMDର ପ୍ରେସ୍ମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଜୁନ୍ ମାସରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠୁ କମ୍ ବର୍ଷା ସମ୍ଭାବନା ରହିଛି। ଏଲ୍-ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ସେ କହିଛନ୍ତି। ସେହିପରି ମଧ୍ୟ ଭାରତରେ ୯୪ ପ୍ରତିଶତ କମ୍ ବର୍ଷା ହେବା ଆଶଙ୍କା ରହିଛି। ଉତ୍ତର-ପୂର୍ବ ଭାରତରେ ସାମାନ୍ୟ ବର୍ଷା ସମ୍ଭାବନା ରହିଛି।