ପଦ୍ମଶ୍ରୀ ବିଜେତା ତଥା ଲୋକପ୍ରିୟ କବି ବଶୀର ବଦ୍ରଙ୍କ ନିଧନ

ପଦ୍ମଶ୍ରୀ ବିଜେତା ତଥା ଲୋକପ୍ରିୟ କବି ବଶୀର ବଦ୍ରଙ୍କ ନିଧନ । ଗୁରୁବାର ଅପରାହ୍ନରେ ଭୋପାଳ ଇଦଗାହ ହିଲ୍ସ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ତେବେ କିଛିଦିନରୁ ବଶୀର ବଦ୍ର ବାଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଦୀର୍ଘଦିନରୁ ଅସୁସ୍ଥ ଥିଲେ । ତାଙ୍କ ନିଧନରେ ବଲିଉଡର ସଂଗୀତକାର ଜାଭେଦ ଅଖତର ଦୁଃଖ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ବଶୀର ବଦ୍ର ଭୋପାଳର କବି ଜଗତରେ ସବୁଠାରୁ ଲୋକପ୍ରିୟ ଏବଂ ସରଳ କବି ମଧ୍ୟରେ ଅନ୍ୟତମ । ତାଙ୍କ ପ୍ରକୃତ ନାମ ସୈୟଦ ମହମ୍ମଦ ବଶୀର ଥିଲା । ୧୯୩୫ରେ ତାଙ୍କ ଜନ୍ମ ହୋଇଥିଲା । ଦୀର୍ଘଦିନରୁ ସେ ଡିମେନସିଆ ରୋଗରେ ପୀଡିତ ଥିଲେ । ତାଙ୍କ ସ୍ମରଣ ଶକ୍ତି ଚାଲିଯାଇଥିଲା । ସେ ନିଜ ଲୋକଙ୍କୁ ଚିହ୍ନି ପାରୁନଥିଲେ । କିଛିଦିନରୁ ତାଙ୍କ ଦେହ ଖରାପ ହୋଇଚାଲିଥିଲା ।

ତେବେ ତାଙ୍କ ଅନ୍ତିମ ସଂସ୍କାର କେବେ କରାଯିବ ତାହା ଏଯାଏଁ ଜଣାପଡିନାହିଁ । କିନ୍ତୁ ପରିବାର ଲୋକଙ୍କ କହିବାନୁସାରେ, ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କ ଅନ୍ତିମ ସଂସ୍କାର କରାଯାଇପାରେ । ବଶୀର ଭଲପାଇବା, ଏକଲାପଣ, ସଂପର୍କ, ସ୍ମୃତି ପାଇଁ କବିତା ଲେଖୁଥିଲେ ।

ବଶୀର ବଦ୍ରଙ୍କ ଲୋକପ୍ରିୟ କବିତା ପଙକ୍ତି ଇନଷ୍ଟାଗ୍ରାମରେ ଭାଇରଲ ହେଉଛି । ‘ କୁଛ୍ ତ ମଜବୁରୀ ରହି ହୋଗୀ, ୟୁଁ କୋଇ ବେବଫା ନେହିଁ ହୋତା’ ।

Leave a comment