ତୃଣମୂଳ କଂଗ୍ରେସର ବାରସାତ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବାର କିଛି ଦିନ ପରେ, ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ବରିଷ୍ଠ ଟିଏମସି ସାଂସଦ କାକଳି ଘୋଷ ଦସ୍ତିଦାର ଦଳର ସମସ୍ତ ସାଂଗଠନିକ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ବୈଠକରେ ଯୋଗ ଦେବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। କାକଳି ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ସେ ଅତ୍ୟନ୍ତ ଦୁଃଖ ଓ ଚିନ୍ତାର ସହିତ ଟିଏମ୍ସି ମହିଳା କଂଗ୍ରେସର ଅଧ୍ୟକ୍ଷା ପଦ ଓ ଦଳର ଅନ୍ୟାନ୍ୟ ସାଂଗଠନିକ ପଦବୀ, କମିଟି ଓ ଦାୟିତ୍ୱରୁ ଇସ୍ତଫା ଦେଉଛନ୍ତି।କାକଳି ଆହୁରି ଲେଖିଛନ୍ତି, ଯେଉଁଠାରେ ଜଣେ ମହିଳା ସାଂସଦଙ୍କ ପ୍ରତି ଅନ୍ୟ ଜଣେ ଅଶିକ୍ଷିତ, ଅଭଦ୍ର ଦଳୀୟ ସାଂସଦଙ୍କ ଅଶୋଭନୀୟ ଆଚରଣକୁ ବନ୍ଦ କରାଯାଇପାରିବ ନାହିଁ, କିମ୍ବା ବରିଷ୍ଠ ନେତୃତ୍ୱଙ୍କ ସହଯୋଗ ଓ ସହାନୁଭୂତି ମିଳିପାରିବ ନାହିଁ, ଏପରି ପଦବୀରେ ରହିବା ଅର୍ଥପୂର୍ଣ୍ଣ ନୁହେଁ। କାକଳି ଆଇନଜୀବୀ-ରାଜନେତା ତଥା ଶିରାମପୁର ଲୋକସଭା ନିର୍ବାଚନମଣ୍ଡଳୀର ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ସମାଲୋଚନା କରି ଏହା ଲେଖିଛନ୍ତି। ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ କାକଳିଙ୍କ ସ୍ଥାନରେ କଲ୍ୟାଣ ବାନାର୍ଜୀ ଲୋକସଭାରେ ଟିଏମ୍ସିର ମୁଖ୍ୟ ସଚେତକ ଭାବରେ ପୁନଃନିଯୁକ୍ତ ହୋଇଥିଲେ। କାକଳି ‘ଏକ୍ସ’ରେ ଏକ ପୋଷ୍ଟ କରି ଆହୁରି ଲେଖିଛନ୍ତି ଯେ, ମୁଁ ମମତା ବାନାର୍ଜୀଙ୍କୁ ୧୯୭୬ ମସିହାରୁ ଜାଣିଛି, ତାଙ୍କ ସହିତ ୧୯୮୪ରୁ କାମ କରୁଛି, ଚାରି ଦଶକର ମୋ ଆନୁଗତ୍ୟର ପୁରସ୍କାର ପାଇଲି ବୋଲି କାକଳି ଲେଖିଛନ୍ତି। କାକଳିଙ୍କ ଇସ୍ତଫା ଟିଏମ୍ସି ପାଇଁ ଶକ୍ତ ଧକ୍କା ହୋଇଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ