ଭାରତରେ ଲଞ୍ଚ ହୋଇଛି Realme 16 ସିରିଜର ଆଉ ଏକ ଫୋନ୍,ଆସନ୍ତୁ ଜାଣିବା ଫିଚର୍ସ

Realme 16 ସିରିଜର ଆଉ ଏକ ଫୋନ୍ ଭାରତରେ ଲଞ୍ଚ ହୋଇଛି । Realmeର ଏହି ଫୋନ୍ 8000mAhର ପାୱାରଫୁଲ ବ୍ୟାଟେରୀ ସହିତ ଉପଲବ୍ଧ ହେଉଛି । ଏହି ଫୋନ୍ IP69 ରେଟେଡର ହୋଇଥିବାରୁ ପାଣିରେ ପଡିବା ସତ୍ତ୍ବେଏହା ପ୍ରୋଟେକ୍ଟ କରିଥାଏ  । ଚୀନ ବ୍ରାଣ୍ଡର ଏହି ଫୋନ୍ ପୋର୍ଟ୍ରେଟ୍ ଗ୍ଲୋ ଏବଂ ଇନଷ୍ଟାଣ୍ଟ କ୍ଲିପ୍ ସମେତ AI ଫିଚର୍ସ ସହିତ ଆସିଥାଏ ।

ଫିଚର୍ସ ଓ ପ୍ରାଇସ :

Realmeର ଏହି ଫୋନର ୩ଟି କଲର ଅପ୍ସନ ରହିଛି । ଏହି କଲର ଅପ୍ସନରେ ଷ୍ଟାରଲାଇଟ୍ ବ୍ଲାକ୍, ଷ୍ଟାରଲାଇଟ୍ ବ୍ଲୁ ଏବଂ ଷ୍ଟାରଲାଇଟ୍ ରେଡ୍ ରହିଛି । ଏଥିସହ ଏହି ଫୋନରେ 6GB RAM + 128GB, 8GB RAM + 128GB ଏବଂ 8GB RAM + 256GBର ୩ଟି ଷ୍ଟୋରେଜ ଭାରିଆଣ୍ଟ ରହିଛି । ଏହି Realme ଫୋନଟି 6.8 ଇଞ୍ଚ LCD ଡିସପ୍ଲେରେ ଉପଲବ୍ଧ । ଏହାର ଡିସପ୍ଲେ 144Hz ରିଫ୍ରେସ୍ ରେଟ୍ ଏବଂ 1200 nits ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସର ସପୋର୍ଟ ଦେଇଥାଏ । ଏହି ଫୋନର ଡିସପ୍ଲେରେ DC ଡିମିଂ, ଅଟୋମେଟିକ୍ ଏବଂ ମାନୁଆଲ  ବ୍ରାଇଟନେସ୍ ଆଡଜଷ୍ଟମେଣ୍ଟ ଭଳି ଫିଚର୍ସ ସୁବିଧା ରହିଛି । ଏହି ଫୋନରେ MediaTek Dimensity 6300ର ଚିପସେଟର ସୁବିଧା ମଧ୍ୟ ରହିଛି । ଯାହା 8GB RAM ଏବଂ  256 GBର ଷ୍ଟୋରେଜକୁ ସପୋର୍ଟ କରୁଛି । ଏହି ଫୋନ୍ Android 16 ଉପରେ ବେସ୍ଡ ଥିବା Realme UI ଉପରେ କାମ କରୁଛି ।

Realme 16Tର ବ୍ୟାକରେ ଡୁଆଲ କ୍ୟାମେରାର ସୁବିଧା ରହିଛି । ଫୋନରେ 50MPର ମେନ୍ OIS କ୍ୟାମେରା ସହିତ 2MPର ମୋନୋକ୍ରୋମ କ୍ୟାମେରା ସେନ୍ସର ମଧ୍ୟ ପ୍ରଦାନ କରିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ 16MP ଫ୍ରଣ୍ଟ କ୍ୟାମେରା ଉପଲବ୍ଧ । କନେକ୍ଟିଭିଟି ପାଇଁ WiFi, Bluetooth, 5G ଏବଂ 4G ମଧ୍ୟ ସାମିଲ ରହିଛି । ଫୋନଟି IP69 ରେଟିଂଯୁକ୍ତ । ଯାହା ପାଣିରୁ ପ୍ରୋଟେକ୍ଟ କରିଥାଏ ।

ଏହା ବ୍ୟତୀତ 8000mAhର ପାୱାରଫୁଲ ବ୍ୟାଟେରୀ ଉପଲବ୍ଧ । ଏଥିରେ 45W ଫାଷ୍ଟିଂ ଚାର୍ଜିଂ ଫିଚର୍ସ ମଧ୍ୟ ରହିଛି । ଏହି ଫୋନରେ ବାଇପାସ୍ ଚାର୍ଜିଂ ଫିଚର୍ସ ଏବଂ 6.5W ରିଭର୍ସ ଚାର୍ଜିଂର ସୁବିଧା ମଧ୍ୟ ରହିଛି ।

Realme 16T ଇ-କମର୍ସ ୱେବସାଇଟ୍ Flipkart ଏବଂ କମ୍ପାନୀର ଅଫିସିଆଲ୍ ଇ-ଷ୍ଟୋରରୁ କିଣାଯାଇପାରିବ । ଏହି ଫୋନର ସେଲ୍ ମେ ୨୭ ରୁ ଆରମ୍ଭ ହେବ ଏବଂ ୨ ଜୁନ୍ ପର୍ଯ୍ୟନ୍ତ ଓପନ୍ ସେଲ୍ ଉପଲବ୍ଧ ହେବ ।

ଯଦି ଏହାର ପ୍ରାଇସ କଥା କୁହାଯାଏ ତେବେ 6GB RAM + 128GBର ପ୍ରାଇସ୍ ୨୯,୯୯୯ଟଙ୍କା ଥିବାବେଳେ 8GB RAM + 128GB ଏବଂ 8GB RAM + 256GB ର ପ୍ରାଇସ୍ ୩୧,୯୯୯ଟଙ୍କା ଏବଂ ୨୯,୯୯୯ ଟଙ୍କା ରହିଛି ।

Leave a comment