ଭାରତରେ ଲଞ୍ଚ ହୋଇଛି Oppoର ଦୁଇଟି ଜବରଦସ୍ତ ସ୍ମାର୍ଟଫୋନ୍,ଆସନ୍ତୁ ଜାଣିବା ଏହି ଫୋନଗୁଡିକର ସମ୍ପୂର୍ଣ୍ଣ ଡିଟେଲ୍ସ
Oppo ଲଭର୍ସଙ୍କ ପାଇଁ ଆସିଲା ଖୁସି ଖବର । ଲଞ୍ଚ ହେଲା ଦୁଇଟି ଜବରଦସ୍ତ ସ୍ମାର୍ଟଫୋନ୍ । ଫିଚର୍ସ ରହିଛି ବହୁତ୍ ବଢ଼ିଆ । ତେବେ ଆସନ୍ତୁ ଜାଣିବା ଏହି ଫୋନଗୁଡିକର ସମ୍ପୂର୍ଣ୍ଣ ଡିଟେଲ୍ସ ।
Oppo Find X9 Ultra ଭାରତରେ ଲଞ୍ଚ ହୋଇଛି । କମ୍ପାନୀ ଭାରତୀୟ ବଜାରରେ Find X9s ମଧ୍ୟ ଲଞ୍ଚ କରିଛି । ଏହି Oppo ଫୋନଟି DSLR-କ୍ବାଲିଟି କ୍ୟାମେରା ସେଟଅପ୍ ସହିତ ଆସିଥାଏ । ଚୀନ୍ କମ୍ପାନୀର ଏହି ଫୋନଟି Samsung Galaxy S26 Ultra, Google Pixel 10 Pro, ଏବଂ iPhone 17 Pro Max ଭଳି ଫ୍ଲାଗସିପ୍ ଫୋନଗୁଡ଼ିକୁ କଡ଼ା ଟକ୍କା କରିବ ।
Oppo Find X9 Ultra ର ଫିଚର୍ସ:
Oppoର ଏହି ଫ୍ଲାଗସିପ୍ ଫୋନଟି ୬.୮୨-ଇଞ୍ଚ QHD+ ଡିସ୍ପ୍ଲେ ସହିତ ଆସିଥାଏ । ଫୋନର ଡିସପ୍ଲେ ୧୨୦Hz ରିଫ୍ରେସ୍ ରେଟ୍ ଏବଂ ୧୮୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ। ଏହା Corning Gorilla Glass Victus 2 ଦ୍ୱାରା ସୁରକ୍ଷିତ । ଏହା Qualcomm Snapdragon 8 Elite Gen 5 ଚିପସେଟ୍ ଦ୍ୱାରା ପରିଚାଳିତ । ଫୋନଟି ୧୬GB RAM ଏବଂ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସହିତ ଆସିଥାଏ ।
କ୍ୟାମେରା ବିଷୟର କହିବାକୁ ଗଲେ, ଏହି Oppo ଫୋନରେ ଏକ କ୍ୱାଡ୍ କ୍ୟାମେରା ସେଟଅପ୍ ରହିଛି, ଯେଉଁଥିରେ ୨୦୦MP ପ୍ରାଇମେରୀ ଲେନ୍ସ ଏବଂ ୨୦୦MP ଟେଲିଫୋଟୋ ଲେନ୍ସ ରହିଛି । ଏହି ଫୋନଟି ୧୨୦x ଡିଜିଟାଲ୍ ଏବଂ 10x ଅପ୍ଟିକାଲ୍ ଜୁମ୍ ସପୋର୍ଟ କରେ । ଏଥିରେ ୫୦MP ଅଲ୍ଟ୍ରା-ୱାଇଡ୍ ଏବଂ ୫୦MP ଅଲ୍ଟ୍ରା-ଟେଲିଫୋଟୋ କ୍ୟାମେରା ମଧ୍ୟ ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ୫୦MP ଫ୍ରଣ୍ଟ କ୍ୟାମେରା ମଧ୍ୟ ଉପଲବ୍ଧ । ଏହି ଫୋନଟି Android 16 ଉପରେ ବେସ୍ଡ ColorOS 16 ରେ ଚାଲିଥାଏ ।
ଏଥିସହ ଏହି ଫୋନରେ ଏକ ପାୱାରଫୁଲ୍ ୭,୦୫୦mAh ବ୍ୟାଟେରୀ ଏବଂ ୧୦୦W ୱାୟଡ ଫାଷ୍ଟ ଚାର୍ଜିଂ ସହିତ ଆସିଥାଏ । ଏହା ୫୦W ୱାୟାରଲେସ୍ ଚାର୍ଜିଂକୁ ମଧ୍ୟ ସପୋର୍ଟ କରେ । କନେକ୍ଟିଭିଟି ପାଇଁ ଏଥିରେ WiFi 7, Bluetooth 6.0, NFC ଏବଂ GPS ଭଳି ଫିଚର୍ସ ସାମିଲ୍ । ଏଥିରେ ଏକ 3D ଅଲ୍ଟ୍ରାସୋନିକ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି ।
Oppo Find X9s ର ଫିଚର୍ସ:
ଏହି ଫୋନରେ ୬.୫୯ ଇଞ୍ଚ AMOLED ଡିସପ୍ଲେ ରହିଛି ଯାହା ୧୨୦Hz ରିଫ୍ରେସ୍ ରେଟ୍ ଏବଂ ୧୮୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ପାଇଁ ସପୋର୍ଟ କରେ । ଏହା Corning Gorilla Glass 7i ପ୍ରୋଟେକ୍ସେନ ପ୍ରଦାନ କରେ । ଏହା MediaTek Dimensity 9500s ଚିପସେଟ୍ ଦ୍ୱାରା ପରିଚାଳିତ, ୧୨GB ପର୍ଯ୍ୟନ୍ତ RAM ଏବଂ ୫୧୨GB ଷ୍ଟୋରେଜ୍ ସହିତ ଆଡ୍ ହୋଇଛି । ଏଥିରେ IP66, IP68, ଏବଂ IP69 ୱାଟର ଏବଂ ଡଷ୍ଟ ରେସିଷ୍ଟାନ୍ସ ରେଟିଂ ମଧ୍ୟ ରହିଛି ।
Find X9s ର ବ୍ୟାକ୍ ସାଇଡରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । ଫୋନରେ ୫୦MP ଅଲ୍ଟ୍ରା-ୱାଇଡ୍, ୫୦MP psi, ଟେଲିଫୋଟୋ ଏବଂ ୫୦ MP ୱାଇଡ୍-ଆଙ୍ଗଲ୍ କ୍ୟାମେରା ସାମିଲ୍ । ସେଲଫି ଏବଂ ଭିଡିଓ କଲିଂ ପାଇଁ ୩୨MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏଥିସହ ଫୋନଟି ୮୦W ୱାୟର୍ଡ ଫାଷ୍ଟ ଚାର୍ଜିଂ ପାଇଁ ସପୋର୍ଟ ସହିତ ୭,୦୨୫mAh ବ୍ୟାଟେରୀ ରହିଛି । ଏହା Android 16 ଉପରେ ବେସ୍ହ ColorOS 16 ଚଲାଏ ।