ବର୍ଷିକିଆ ପ୍ଲାନ୍ ଆଣିଛି BSNL ,୨GB ଦୈନିକ ଡାଟା ଏବଂ ମାଗଣା କଲିଂ ପ୍ରଦାନ କରିବ
ବର୍ଷିକିଆ ପ୍ଲାନ୍ ଆଣିଛି BSNL । ମିଳିବ ବଢ଼ିଆ ସୁବିଧା । BSNL ୩୬୫ ଦିନ ପାଇଁ ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ପ୍ରଦାନ କରେ । ଏହି ପ୍ଲାନ୍ ସାରା ବର୍ଷ ୨GB ଦୈନିକ ଡାଟା ଏବଂ ମାଗଣା କଲିଂ ପ୍ରଦାନ କରେ । ଭାରତ ସଂଚାର ନିଗମ ଲିମିଟେଡର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକର ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ତୁଳନାରେ ଯଥେଷ୍ଟ ଶସ୍ତା । ୟୁଜର୍ସମାନେ ୫୦୦ ରୁ ୭୦୦ ଟଙ୍କା ମଧ୍ୟରେ ସଞ୍ଚୟ କରିପାରିବେ ।
BSNL ଏହାର ଅଫିସିଆଲ୍ X ହ୍ୟାଣ୍ଡେଲ ମାଧ୍ୟମରେ ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ଘୋଷଣା କରିଛି । ଭାରତ ସଞ୍ଚାର ନିଗମ ଲିମିଟେଡ୍ ର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ୨,୩୯୯ ମୂଲ୍ୟରେ ଉପଲବ୍ଧ । ୟୁଜର୍ସମାନେ ୩୬୫ ଦିନର ଫୁଲ୍ ଭାଲିଡିଟି ପାଇପାରିବେ । ବେନିଫିଟ୍ସ ବିଷୟରେ କହିବାକୁ ଗଲେ ଯେକୌଣସି ନମ୍ବରକୁ ମାଗଣା କଲ୍ କରିବା ଏବଂ ବର୍ଷସାରା ଫ୍ରି ନ୍ୟାସନାଲ ରୋମିଂ ସାମିଲ୍ । ଏହା ସହିତ, ୟୁଜର୍ସମାନେ ପ୍ରତିଦିନ ୧୦୦ ଟି ଫ୍ରି SMS ଏବଂ ୨GB ହାଇ-ସ୍ପିଡ୍ ଡାଟାର ଲାଭ ଉଠାଇପାରିବେ । ଏହି ପ୍ରିପେଡ୍ ପ୍ଲାନରେ ମୋଟ ୭୩୦GB ଡାଟା ପ୍ରଦାନ କରାଯାଉଛି । କମ୍ପାନୀ ଏହାର ସେଲ୍ଫକେୟାର ଆପ୍ ଏବଂ ୱେବସାଇଟ୍ ମାଧ୍ୟମରେ କରାଯାଇଥିବା ରିଚାର୍ଜ ଉପରେ ୫% ଡିସକାଉଣ୍ଟ ମଧ୍ୟ ପ୍ରଦାନ କରୁଛି । ଏହାର ଅର୍ଥ ହେଉଛି ୟୁଜର୍ସମାନେ ୨୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଟ୍ରା ମୂଲ୍ୟରେ ଏହି ପ୍ଲାନର ଲାଭ ଉଠାଇପାରିବେ ।
BSNLର ଅନ୍ୟାନ୍ୟ ଲଙ୍ଗ-ଭାଲିଡିଟି ରିଚାର୍ଜ ପ୍ଲାନଗୁଡ଼ିକ ୧,୪୯୯ ଏବଂ ୨,୭୯୯ ରେ ୟୁଜର୍ସମାନଙ୍କୁ ଏକ ବର୍ଷ ପାଇଁ ଭାଲିଡିଟି ପ୍ରଦାନ କରେ । ୧,୪୯୯ ପ୍ଲାନର ଭାଲିଡିଟି ୩୩୦ ଦିନ ସହିତ ଆସିଥାଏ । ୨,୭୯୯ ପ୍ରିପେଡ୍ ପ୍ଲାନର ଭାଲିଡିଟି ୩୬୫ ଦିନ । ଏହି ପ୍ଲାନର ବିଶେଷତ୍ୱ ହେଉଛି ଏହା ସାରା ଭାରତରେ ଦୈନିକ ୩GB ଡାଟା, ଅନଲିମିଟେଡ୍ ଫ୍ରି କଲିଂ ଏବଂ ମାଗଣା ନ୍ୟାସନରଲ୍ ରୋମିଂ ପ୍ରଦାନ କରେ । ଏହା ସହିତ, ୟୁଜର୍ସମାନେ ପ୍ରତିଦିନ ୧୦୦ ଟି ଫ୍ରି SMS ର ମଧ୍ୟ ଲାଭ ପାଆନ୍ତି । ଏଥି ସହ ଯଦି ଆପଣ ମଧ୍ୟ ଜଣେ BSNL ୟୁଜର୍ସ ହାଇଥାନ୍ତି, ତେବେ ଏହି ପ୍ଲାନର ଲାଭ ନିଶ୍ଚିତ ଉଠାନ୍ତୁ ।