ଏନକାଉଣ୍ଟର ଚେତାବନୀକୁ ଫୁ , ଆଇନକୁ ହାତକୁ ନେଉଛନ୍ତି ଅପରାଧୀ

ଏନକାଉଣ୍ଟର ଚେତାବନୀକୁ ଫୁ କରି ଆଇନକୁ ହାତକୁ ନେଉଛନ୍ତି ଅପରାଧୀ ।  ଗତ ୧୬ ତାରିଖରେ ଦିପୁନାର ଏନକାଉଣ୍ଟରକୁ ମିଶାଇଲେ ଗଞ୍ଜାମ ଜିଲ୍ଲାରେ ଏଯାଏ ୬୪ଜଣଙ୍କୁ ଏନକାଉଣ୍ଟର ହେଲାଣି ।  ହେଲେ ଏବେବି ଅପରାଧୀଙ୍କ ଭୟ ନାହିଁ ଏନକାଉଣ୍ଟରକୁ କିମ୍ବା ପୋଲିସର ଆକ୍ସନକୁ  l

ସୋମବାର ରାତି ୮ ଟାରେ ବ୍ରହ୍ମପୁର ସହରର ଗିରି ରୋଡ଼ ପରି ଜନଗହଳି ରାସ୍ତାରେ ଯୁବକଯୁବତୀଙ୍କୁ ରାସ୍ତାରେ ନିସ୍ତୁକ ପିଟି ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।  ଆହତ ଯୁବକ ମେଡିକାଲ ରେ ଚିକିତ୍ସିତ ହେଉଛି  l  ପେସାଦାର ଅପରାଧୀଙ୍କୁ ଏଥର ଏନାକାଉଣ୍ଟର କରିବାକୁ ଡିଜିପି ଦେଇଛନ୍ତି ଚେତାବନୀ ।  ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜି ଏପରି କଡ଼ା ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି ଅପରାଧୀଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁ । ଗତ ୧୬ରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ଲାଞ୍ଜିପଲ୍ଲୀ ଦୀପ ସାହିର ଦିପୁନା ନାୟକକୁ ପୋଲିସ ଏନକାଉଣ୍ଟର କରିଥିଲା । ତଥାପି ସାବାଡ଼ ହୋଇପାରୁନାହାନ୍ତି କ୍ରିମିନାଲ ଗୋଷ୍ଠୀ । ସୁବିଧା ସୁଯୋଗ ଦେଖି ଲୁଟପାଟ, ହତ୍ୟା ପରି ଘଟଣାମାନ ଘଟାଉଛନ୍ତି ଅପରାଧୀମାନେ l ବ୍ରହ୍ମପୁର ପୋଲିସ ଜିଲ୍ଲା ଓ ଗଞ୍ଜାମ ପୋଲିସ ଜିଲ୍ଲାରେ ପୁଣି ଥରେ ସକ୍ରିୟ ହୋଇ ଉଠିଲେଣି ପୁରୁଣା ଅପରାଧୀ ।

ସୁପାରୀ ପାଇ ଗଞ୍ଜାମ ଜିଲ୍ଲାକୁ ବାହାର ରାଜ୍ୟରୁ ଆସୁଛନ୍ତି ହାର୍ଡକୋର କ୍ରିମିନାଲ । ଗୋପାଳପୁର ଥାନା ଅଧୀନରେ ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା ଓ ବିଏନପୁର ଥାନା ଅଧୀନରେ ପୀତବାସ ପଣ୍ଡା ହତ୍ୟା ମାମଲା ତାହାର ଉଦାହରଣ l ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜିଲ୍ଲାରେ ଦିପୁନା ନାୟକ ଘଟଣାକୁ ମିଶାଇଲେ ଏଯାଏ ୬୪ ଏନକାଉଣ୍ଟର ହେଲାଣି l ଡିଜିଙ୍କ ଚେତାବନୀ ପରେ ପୋଲିସ ଏବେ ସକ୍ରିୟ ହୋଇ ପୁରୁଣା ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକାରେ ହାର୍ଡକୋର କ୍ରିମିନାଲ୍ ରହିଛନ୍ତି ।

Leave a comment