ଓଡ଼ିଶାରେ ଜୁନ୍ ୧୦ରୁ ୧୩ ତାରିଖ ସୁଦ୍ଧା ଆସିବ ମୌସୁମୀ

ଓଡ଼ିଶାରେ ଜୁନ୍ ୧୦ରୁ ୧୩ ତାରିଖ ସୁଦ୍ଧା ମୌସୁମୀ ପହଞ୍ଚିପାରେ। ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶାରଦ । ଚଳିତବର୍ଷ ମୌସୁମୀ ସାମାନ୍ୟ ଆଗୁଆ ଦେଶକୁ ଆସିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ ଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଇଏମଡିର ତାଜା ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁପାରେ। କେରଳରେ ଆସନ୍ତା ୨୬ ତାରିଖ ବେଳକୁ ମୌସୁମୀ ପ୍ରବେଶ କରିପାରେ। ଯଦିଓ ଏହି ଆକଳନ ୪ ଦିନ ଦିନ ଆଗ ପଛ ହୋଇପାରେ। ସାଧାରଣତଃ ମୌସୁମୀ କେରଳ ଛୁଇଁବାର ସ୍ବାଭାବିକ ସମୟ ଜୁନ୍ ପହିଲା। ଗତବର୍ଷ ମେ’ ୨୪ରେ କେରଳରେ ପହଞ୍ଚିଥିଲା ମୌସୁମୀ। ଏଥର ମୌସୁମୀ ଆସନ୍ତା ୨୧ ତାରିଖ ଭିତରେ ର ଆଣ୍ଡାମାନରେ ପ୍ରବେଶ କରିପାରେ। ହେଲେ କେରଳ ଛୁଇଁଲାବେଳକୁ ଚଳିତ ମାସ ୨୯ ତାରିଖ ହୋଇପାରେ। କାରଣ ବର୍ତ୍ତମାନ ସାମୁଦ୍ରିକ ତାପମାତ୍ରା ତାପମାତ୍ରା ଅଧିକ ରହୁଛି।

ଆରବ ସାଗରରେ ପଶ୍ଚିମା ପବନ ବେଗ ବଢୁଛି। ଜୁନ୍ ୧୦ରୁ ୧୩ ତାରିଖ ଭିତରେ ମୌସୁମୀ ଓଡ଼ିଶା ଉପକୂଳରେ ପହଞ୍ଚିପାରେ। ଏହା ମୌସୁମୀର ସ୍ବାଭାବିକ ସମୟ। ଯଦି ଲଘୁଚାପ ବିଳମ୍ବ ହେବ, ତେବେ ମୌସୁମୀ ଆଗମନରେ ଆହୁରି ୩/୪ ଦିନ ବିଳମ୍ବ ହୋଇପାରେ। ମୌସୁମୀ ସ୍ବାଭାବିକ ସମୟରେ ଆସିଲେ ଉପକୂଳ ଓଡ଼ିଶାରୁ ବର୍ଷା ଆରମ୍ଭ ହେବ। ବିଳମ୍ବ ହେଲେ ପଶ୍ଚିମ ଓଡ଼ିଶାରୁ ମୌସୁମୀ ବର୍ଷା ଆସିପାରେ। ଚଳିତବର୍ଷ ମୌସୁମୀକୁ ପ୍ରଭାବିତ କରିପାରେ ସମ୍ଭାବ୍ୟ ଏଲ୍- ନିନୋ । ଏଲ୍ ନିନୋ ପାଇଁ ଅନିୟମିତ ବର୍ଷା ଆଶଙ୍କା କରାଯାଉଛି ।

Leave a comment