ଆଣ୍ଡାମାନ ଛୁଇଁଲା ମୌସୁମୀ, ୨୭ରେ ପହଞ୍ଚିବ କେରଳ

ମେଟ୍ରୋ ଟିଭି ଓଡିଶା (୧୭.୫.୨୦୨୨)

ଆଣ୍ଡାମାନ ସାଗରରେ ପ୍ରବେଶ କଲା ମୌସୁମୀ ବାୟୁ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଲା। ସୋମବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଛି। ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ପ୍ରବଳ ବର୍ଷା ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ତେବେ କେରଳରେ ଆସନ୍ତା ୨୭ ତାରିଖରେ ମୌସୁମୀ ପହଞ୍ଚିବ ବୋଲି ଆକଳନ କରାଯାଇଛି। ସାଧାରଣତଃ ଜୁନ ୧ରେ ମୌସୁମୀ କେରଳରେ ପହଞ୍ଚିଥାଏ। ହେଲେ ଚଳିତ ବର୍ଷା ମୌସୁମୀ ଆଗୁଆ ଅଗମନ ହୋଇଥିବାରୁ ଶୀଘ୍ର ପହଞ୍ଚିବା ନେଇ ଆକଳନ କରାଯାଛି। ଆସନ୍ତା ୫ଦିନ ମଧ୍ୟରେ କେରଳ ଓ କର୍ଣ୍ଣାଟକରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ନିମ୍ନ ଟ୍ରପୋସ୍ପେରିକ ଏରିଆରେ ଦକ୍ଷିଣ ପଶ୍ଚିମ ପବନ ସକ୍ରିୟ ହୋଇଥିବାରୁ ଏହା ବର୍ଷା ପାଇଁ ଅନୁକୂଳ ବାତାବାରଣ ସୃଷ୍ଟି କରିଛି। ସେହିପରି ବଙ୍ଗୋପସାଗରେ ଅନ୍ୟ ଦିଗକୁ ମୌସୁମୀ ଅଗ୍ରସର ପାଇଁ ମଧ୍ୟ ପାଗ ଅନୁକୂଳ ରହିଛି। ଆସନ୍ତା ୨-୩ ଦିନ ମଧ୍ୟରେ ଆଣ୍ଡାମାନ ସାଗରର ପୂର୍ବ କେନ୍ଦ୍ରୀୟ ଅଞ୍ଚଳକୁ ପ୍ରସାରିତ ହେବ ବୋଲି ଜଣାପଡ଼ିଛି।