ଲୋକପ୍ରିୟ କନ୍ନଡ ଅଭିନେତା ତଥା ନିର୍ମାତା ଦିଲ୍ଲୀପ ରାଜଙ୍କ ୪୮ ବର୍ଷରେ ପରଲୋକ

ଲୋକପ୍ରିୟ କନ୍ନଡ ଅଭିନେତା ତଥା ନିର୍ମାତା ଦିଲ୍ଲୀପ ରାଜଙ୍କ ପରଲୋକ । ୪୮ ବର୍ଷରେ ତାଙ୍କର ପରଲୋକ ହୋଇଛି । ତାଙ୍କୁ ହାର୍ଟ ଆଟାକ ଆସିବା ପରେ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ କନ୍ନଡ ଫିଲ୍ମ ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ସୋସିଆଲ ମିଡିଆରେ ଫ୍ୟାନ୍ସ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଦିଲ୍ଲୀପ ରାଜ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବେଶ୍ କାମ କରି ନାମ କମାଇଛନ୍ତି । ସେ ମିଲନ, ୟୁ ଟର୍ଣ୍ଣ, ଅର୍କେଷ୍ଟ୍ରା ମେସୁର, ବୟଫ୍ରେଣ୍ଡ ଏବଂ ଲଭ ମାକଟେଲ ୩ ଭଳି ପ୍ରୋଜେକ୍ଟରେ କାମ କରିଛନ୍ତି । ଫିଲ୍ମ ମିଲନରେ ସେ ଅଭିନେତା ପୁନୀତ ରାଜକୁମାରଙ୍କ ସହିତ ଅଭିନୟ କରି ପ୍ରଶଂସା ପାଇଛନ୍ତି ।

ଫିଲ୍ମ ଛଡା କନ୍ନଡ ଟିଭି ଇଣ୍ଡଷ୍ଟ୍ରୀରେ ବେଶ୍ ଜଣାଶୁଣା ଚେହେରା । ଅନେକ ସିରିଅଲରେ କାମ କରିବା ସହିତ ରିଆଲିଟି ଶୋରେ ହୋଷ୍ଟ କରିଛନ୍ତି । ହିଟଲର କଲ୍ୟାଣରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ଅନୁଭବି ଅଭିନେତା ଡୋଡତ୍ରା ଦିଲ୍ଲୀପ ରାଜଙ୍କ ନିଧନରେ ଦୁଃଖ ପ୍ରକାଶ କରି କହିଛନ୍ତି, ଦିଲ୍ଲୀପ ରାଜଙ୍କ ପିତା ଏଚ.ଏମ. ଶିବରୁଦ୍ରପ୍ପା । ସେ ଅରାସିକେରେର ମୂଳବାସିନ୍ଦା । ଦିଲ୍ଲୀପ ରାଜଙ୍କ ନିଧନ ଖବର ଶୁଣି ବହୁତ ଦୁଃଖିତ ।

ନିକଟରେ ତେଲୁଗୁ ସିନେମାର ଯୁବ ଅଭିନେତା ଭରତକାନ୍ତଙ୍କ ଦୁର୍ଘଟଣାରେ ଜୀବନ ଚାଲିଯାଇଥିଲା । ଏକ ଦୁର୍ଘଟଣାରେ ଯୁବ ଅଭିନେତା ଏବଂ ଆଉ ଜଣେ ସିନେମାଟୋଗ୍ରାଫରଙ୍କ ଜୀବନ ଚାଲିଯାଇଥିଲା । ସେ ନିଜର କାରରେ ନେଲ୍ଲୋରରୁ ହାଇଦ୍ରାବାଦ ଯାଉଥିବା ସମୟରେ ଏକ ଲରି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଉଭୟଙ୍କର ଜୀବନ ଚାଲିଯାଇଥିଲା

Leave a comment