ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ -ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ । ସଫିସିଏଣ୍ଟ ମହଜୁଦ ରହିଛି । ରାଜ୍ୟ ସହ ଦେଶରେ ମଧ୍ୟ ଯଥେଷ୍ଟ ରହିଛି । ଟାଙ୍କି କେଉଁଠି ବି ବନ୍ଦ ନାହିଁ । ସବୁଠାରେ ଖୋଲା ଅଛି । ସ୍ଥିତି ଉପରେ ନଜର ରଖିଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କୌଣସି ଟାଙ୍କି ବନ୍ଦ ପାଇଁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ନାହିଁ । ଯାହାର ଯେତେ ତେଲ ଆବଶ୍ୟକ ନେଇ ପାଇବେ । କିନ୍ତୁ ଆମକୁ ତାକୁ ଟିକେ ନିୟନ୍ତ୍ରଣ କରିବାକୁ ହେବ ।ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାହାର ଅର୍ଥକୁ ଭୁଲ ବୁଝିବା ଉଚିତ ନୁହେଁ । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ପେଟ୍ରୋଲ ବ୍ୟବହାରରେ ନିୟନ୍ତ୍ରଣ ଆଣିବାକୁ ହେବ । ଆଗକୁ ହୁଏତ ପେଟ୍ରୋଲ ସମସ୍ୟା ଆସିପାରେ । ଧୀରେ ଧୀରେ ଦର ବୃଦ୍ଧି ପାଇପାରେ । ଗରିବ ଲୋକ କେମିତି ପ୍ରଭାବିତ ହେବେ ନାହିଁ ତାକୁ ଧ୍ୟାନ ଦିଆଯାଇ ସରକାର ନିଜେ ବହନ ଅର୍ଥ କରୁଛନ୍ତି । ଦେଶର ଅର୍ଥନୀତିକୁ ସଜାଡିବାକୁ ହେଲେ ସୁନା କିଣିବା କ୍ଷେତ୍ରରେ କିଛି ଦିନ ପାଇଁ ଅପିଲ କରାଯାଇଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

Leave a comment