ଆଇପିଏଲ-୧୯,ଚେନ୍ନଇକୁ ପଛରେ ପକାଇଛି ବେଙ୍ଗାଲୁରୁ
ଆଇପିଏଲ-୧୯ର ଗୁରୁବାର ଏକ୍ନା ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ୯ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଡକ୍ ୱଥ୍ ଲୁଇସ୍ ନିୟମ ଆଧାରରେ ପରାସ୍ତ କରିଥିଲା। ଡକ୍ ୱଥ୍ ଲୁଇସ୍ ନିୟମ ଆଧାରରେ ବିଜୟ ପାଇଁ ବେଙ୍ଗାଲୁରୁ ସମ୍ମୁଖରେ ୨୧୩ରନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ବେଙ୍ଗାଲୁରୁ ୨୦୩ରନ କରିଥିଲା। ବେଙ୍ଗାଲୁରୁ ପରାଜୟ ସତ୍ତ୍ବେ କୀର୍ତ୍ତିମାନ ସୃଷ୍ଟି କରିଛି। ଆରସିବି ବର୍ତ୍ତମାନ ଆଇପିଏଲ ଇତିହାସରେ ସର୍ବାଧିକ ଥର ୨୦୦ କିମ୍ବା ଏହାଠାରୁ ଅଧିକ ସ୍କୋର କରିଥିବା ଦଳ ପାଲଟିଛି। ବେଙ୍ଗାଲୁରୁ ୪୦ଥର ୨୦୦ କିମ୍ବା ଏହାଠାରୁ ଅଧିକ ସ୍କୋର କରିଛି। ଚେନ୍ନଇ ସୁପରକିଙ୍ଗ୍ସ ୩୯ଥର ୨୦୦ କିମ୍ବା ଏହାଠାରୁ ଅଧିକ ସ୍କୋର କରିଥିଲା। ଏବେ ଚେନ୍ନଇକୁ ପଛରେ ପକାଇଛି ବେଙ୍ଗାଲୁରୁ।