ଧୁରନ୍ଧର ପ୍ରଶଂସକଙ୍କ ପାଇଁ ଖୁସି ଖବର ,ଆସିବ ଫିଲ୍ମର ପାର୍ଟ ୩

ଧୁରନ୍ଧର ପ୍ରଶଂସକଙ୍କ ପାଇଁ ଖୁସି ଖବର । ଆସିବ ଫିଲ୍ମର ପାର୍ଟ ୩ । ଧୁରନ୍ଧରର ସହ ପ୍ରଯୋଜକ ଜ୍ୟୋତି ଦେଶପାଣ୍ଡେ ନିକଟରେ ଏକ ଇଣ୍ଟରଭ୍ୟୁରେ ଫିଲ୍ମର ବିଷୟରେ ସୂଚନା ଦେଇଛନ୍ତି । ସେ ଫ୍ୟାନ୍ସଙ୍କୁ ଧୁରନ୍ଧର ସହିତ ଜଡିତ ଦମଦାର ସରପ୍ରାଇଜ ସହିତ ପ୍ରସ୍ତୁତ ରହିବାକୁ କହିଛନ୍ତି । ତେଣୁ ଫ୍ୟାନ୍ସ ଧୁରନ୍ଧର ପାର୍ଟ ୩ ଆସିବ ବୋଲି ଆକଳନ କରିଛନ୍ତି ।

ଧୁରନ୍ଧରର ସହ ପ୍ରଯୋଜକ କହିଛନ୍ତି, ଧୁରନ୍ଧର ସହିତ ଆମେ ଶେଷ ହୋଇନାହୁଁ । ଚଳିତବର୍ଷ ଶେଷରେ ଫ୍ୟାନ୍ସଙ୍କ ପାଇଁ ସରପ୍ରାଇଜ ରହିଛି । କିଛି ଖାସ୍ ଆମ ପାଖରେ ପ୍ରସ୍ତୁତ ହେଉଛି । ତେବେ ଧୁରନ୍ଧର ପାର୍ଟ ୩ କି ଅନ୍ୟ କୋଇ ସ୍ପିନ-ଅଫ୍ ଫିଲ୍ମ ହେବ ତାହା ଜଣାପଡିନାହିଁ । ଆଉ ଏହି ପ୍ରୋଜେକ୍ଟ ବିଷୟରେ ଶୁଣି ଫ୍ୟାନ୍ସଙ୍କ ପାଇଁ ସସପେନ୍ସ ଆଣିଛି । ଯାହା ଗତ କିଛିଦିନ ହେଲାଣି ସୋସିଆଲ ମିଡିଆରେ ଭାଇରଲ ହେଉଥିଲା, ତାହା ଏବେ ସତ ହେବାକୁ ଯାଉଛି । ଫ୍ୟାନ୍ସଙ୍କୁ ପୁଣିଥରେ ଧୁରନ୍ଧର ଭଳି ଧମାକେଦାର ଫିଲ୍ମ ଥିଏଟରରେ ଦେଖିବାକୁ ମିଳିବ ।

ଏହାପୂର୍ବରୁ ଧୁରନ୍ଧରର ଜମିଲ ଜମାଲି ଓରଫ ଅଭିନେତା ରାକେଶ ବେଦୀ ଧୁରନ୍ଧର ପାର୍ଟ ୩କୁ ନେଇ ପ୍ରତିକ୍ରିୟା ଦେଇଥିଲେ । ନିଜର ଅନେକ ଇଣ୍ଟରଭ୍ୟୁରେ କହିସାରିଛନ୍ତି, ଆଦିତ୍ୟ ଧର ଧୁରନ୍ଧର ୩ କରିବେ ନାହିଁ, କାରଣ ହମଜାର କାହାଣୀ ଦ୍ବିତୀୟ ପାର୍ଟରେ ଶେଷ ହୋଇଯାଇଛି ।

ଧୁରନ୍ଧର ଫିଲ୍ମ ଓ୍ବାଲର୍ଡୱାଇ ୧୩୦୦ କୋଟି ଟଙ୍କାର ଆୟ କରିଥିଲା । ସେହିପରି ଦ୍ବିତୀୟ ପାର୍ଟ ୱାଲର୍ଡ ୱାଇଡ ୧୮୦୦ କୋଟି ଟଙ୍କା ଆୟ କରିଛି । ଦୁଇଟି ଯାକ ଫିଲ୍ମ ୩୦୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛି । ଆଦିତ୍ୟ ଧରଙ୍କ ଫିଲ୍ମର ପ୍ରଥମ ପାର୍ଟ ଜାପାନରେ ରିଲିଜ ହୋଇଛି ।

Leave a comment