ବିଳାସପୂର୍ଣ୍ଣ ଜାହାଜ ମଧ୍ୟରେ ହାନ୍ତା ଭାଇରସର ପ୍ରକୋପ ଦେଖାଦେଇଛି, ସମଗ୍ର ବିଶ୍ୱରେ ଏବେ ଚିନ୍ତା ରେ

କ୍ରୁଜ ସିପରେ ହାନ୍ତାଭାଇରସ୍ ଆତଙ୍କ । ବିଦେଶୀ ସମୁଦ୍ରରେ ଏକ ବିଳାସପୂର୍ଣ୍ଣ ଜାହାଜ ମଧ୍ୟରେ ହାନ୍ତା ଭାଇରସର ପ୍ରକୋପ ଦେଖାଦେଇଛି, ଯାହା ଏବେ ସମଗ୍ର ବିଶ୍ୱରେ ଚିନ୍ତା ବଢ଼ାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଜାହାଜରେ କାର୍ଯ୍ୟରତ ଥିବା ଦୁଇଜଣ ଭାରତୀୟ କ୍ରୁ ସଦସ୍ୟ ମଧ୍ୟ ଏହି ଜାହାଜରେ ଥିଲେ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି, ଯାହା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି । ହାନ୍ତାଭାଇରସ ସାଧାରଣତଃ ମୂଷାଙ୍କ ଦ୍ୱାରା ବ୍ୟାପିଥାଏ ଏବଂ ଏହା ମଣିଷ ଶରୀରରେ ଶ୍ୱାସକ୍ରିୟା ସମ୍ବନ୍ଧୀୟ ଗୁରୁତର ସମସ୍ୟା ସୃଷ୍ଟି କରିପାରେ ।କ୍ରୁଜ ଜାହାଜରେ ଏତେ ସଂଖ୍ୟକ ଯାତ୍ରୀ ଓ କର୍ମଚାରୀ ଥିବାରୁ ସଂକ୍ରମଣ ବ୍ୟାପିବାର ଭୟ ଘନୀଭୂତ ହେଉଛି । ଓସେନ ୱାଇଡ଼ କହିଛି,ଯାଞ୍ଚ ହେବା ମାତ୍ରେ ନୂତନ ସୂଚନା ପ୍ରଦାନ କରାଯିବ, ଏବଂ ଭାରତୀୟ କ୍ରୁ ସଦସ୍ୟଙ୍କ ବିଷୟରେ ଆଉ କୌଣସି ବିବରଣୀ ପ୍ରଦାନ କରାଯାଇ ନାହିଁ । ଜାହାଜରେ ସେମାନଙ୍କର ଭୂମିକା, ସେମାନଙ୍କ ସ୍ୱାସ୍ଥ୍ୟ ସ୍ଥିତି ଏବଂ ସେମାନେ କୌଣସି ସଂକ୍ରମିତ ଯାତ୍ରୀଙ୍କ ସହିତ ସମ୍ପର୍କରେ ଅଛନ୍ତି କି ନାହିଁ, ଏସବୁ ଅଜଣା ରହିଛି ।

Leave a comment