ଭାରତୀୟ ଅଟୋମୋବାଇଲ୍ ବଜାରରେ ଖୁବ୍ ଶୀଘ୍ର ଏକ ନୂଆ ଏବଂ ମର୍ଡନ SUV ଉପସ୍ଥାପନ ହେବାକୁ ଯାଉଛି
ଭାରତୀୟ ଅଟୋମୋବାଇଲ୍ ବଜାରରେ ଖୁବ୍ ଶୀଘ୍ର ଏକ ନୂଆ ଏବଂ ମର୍ଡନ SUV ଉପସ୍ଥାପନ ହେବାକୁ ଯାଉଛି। JSW ଗ୍ରୁପ୍ ଏହାର ପ୍ରଥମ କାର ଭାବରେ Jetour T2 PHEV ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି SUVର ଖାସ୍ କଥା ହେଉଛି ଯେ, ଏହା ପେଟ୍ରୋଲ ଏବଂ ଇଲେକ୍ଟ୍ରିକ୍ ଉଭୟରେ ଚାଲିଥାଏ, ଯାହାକୁ ପ୍ଲଗ୍-ଇନ୍ ହାଇବ୍ରିଡ୍ କୁହାଯାଏ । ଏହାର ଅର୍ଥ ହେଉଛି ଆପଣ ଗାଡ଼ିକୁ ଚାର୍ଜ କରିପାରିବେ ଏବଂ ପେଟ୍ରୋଲ ଭର୍ତ୍ତି କରି ଚଲାଇପାରିବେ ।
କମ୍ପାନୀ ଦାବି କରିଛି ଯେ ଏହି ଗାଡ଼ିଟି ପୁଲ୍ ଟ୍ୟାଙ୍କ ଏବଂ ପୂର୍ଣ୍ଣ ଚାର୍ଜରେ ୧,୨୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହି SUV ଭାରତରେ ୨୦୨୬ ଦୀପାବଳି ପାଖାପାଖିରେ ଲଞ୍ଚ ହେବାର ଆଶା କରାଯାଉଛି ଏବଂ ଏହାକୁ ପ୍ରିମିୟମ୍ ସେଗମେଣ୍ଟରେ ସ୍ଥାନିତ କରାଯିବ।
ଫିଚର୍ସ:
Jetour T2 ର ସବୁଠାରୁ ବଡ଼ ଆଟ୍ରାକ୍ଟିଭ୍ ହେଉଛି ଏହାର ହାଇବ୍ରିଡ୍ ଟେକ୍ନୋଲୋଜୀ, ଯାହା ଏହାକୁ ସହରରେ କେବଳ ବିଦ୍ୟୁତ୍ ଶକ୍ତିରେ ଚାଲିବାକୁ ଅନୁମତି ଦିଏ, ଆବଶ୍ୟକ ହେଲେ ପେଟ୍ରୋଲ୍ ଇଞ୍ଜିନ୍ ଅଟୋମେଟିକ୍ ଭାବରେ କାମ କରେ । ଏହା କେବଳ ଇନ୍ଧନ ସଞ୍ଚୟ କରେ ନାହିଁ ବରଂ ପ୍ରଦୂଷଣ ମଧ୍ୟ ହ୍ରାସ କରେ।
ଏହାର ଡିଜାଇନ୍ ବହୁତ୍ ଷ୍ଟ୍ରଙ୍ଗ ଏବଂ ବକ୍ସି ଷ୍ଟାଇଲର ହେବ ଯାହା ଏହାକୁ ଏକ ପାଓ୍ବାରଫୁଲ୍ SUV ପରି ଦେଖାଯିବ । ଏହି ଯାନରେ ହାଇ ଗ୍ରାଉଣ୍ଡ କ୍ଲିୟରାନ୍ସ ଏବଂ ଏକ ବଡ଼ ବଡି ରହିବ, ଯାହା ଏହାକୁ ଖରାପ ରାସ୍ତା ଏବଂ ଅଫ୍-ରୋଡ୍ ଡ୍ରାଇଭିଂ ପାଇଁ ଉପଯୁକ୍ତ କରିବ।
ଏହା ସହିତ, କାରରେ ବଡ଼ ଟଚସ୍କ୍ରିନ୍, ଡିଜିଟାଲ୍ ଡିସପ୍ଲେ, ପାନୋରାମିକ୍ ସନରୁଫ୍, 360 ଡିଗ୍ରୀ କ୍ୟାମେରା ଏବଂ ଉନ୍ନତ ସୁରକ୍ଷା ପ୍ରଣାଳୀ (ADAS) ଭଳି ମର୍ଡନ ଫିଚର୍ସ ରହିବାର ଆଶା କରାଯାଉଛି, ଯାହା ଗାଡ଼ି ଚାଳନାକୁ ସହଜ ଏବଂ ସୁରକ୍ଷିତ କରିଥାଏ ।
ଇଞ୍ଜନ୍ ଏବଂ ପ୍ରାଇସ୍:
Jetour T2 ର ଇଞ୍ଜିନରେ ଏକ ପେଟ୍ରୋଲ ଇଞ୍ଜିନ, ଏକ ବୈଦ୍ୟୁତିକ ମୋଟର ଏବଂ ଏକ ବ୍ୟାଟେରୀର ମିଶ୍ରଣ ରହିଛି, ଯାହା ଭଲ ପାୱାର ଏବଂ ମାଇଲେଜ୍ ଦେବ । ଏହି ଗାଡ଼ି ସେମାନଙ୍କ ପାଇଁ ବେଷ୍ଟ ହୋଇପାରେ ଯେଉଁମାନେ ଇଲେକ୍ଟ୍ରିକ୍ କାରର ସୁବିଧା ସହିତ ଏକ ପେଟ୍ରୋଲ କାରର ସୁବିଧା ମଧ୍ୟ ଚାହାଁନ୍ତି।
ପ୍ରାଇସ୍ ବିଷୟରେ କହିବାକୁ ଗଲେ ପ୍ରାୟ ୨୦ ଲକ୍ଷ ରୁ ୪୫ ଲକ୍ଷ ପର୍ଯ୍ୟନ୍ତ ହେବ ବୋଲି ଆଶା କରାଯାଉଛି । ଏହି SUV ଭାରତୀୟ ବଜାରରେ ଏକ ନୂଆ ଏବଂ ସ୍ମାର୍ଟ ପସନ୍ଦ ହୋଇପାରେ, ବିଶେଷକରି ଯେଉଁମାନେ ବେଷ୍ଟ ଟେକ୍ନୋଲେଜୀ ଏବଂ କମ୍ ମୂଲ୍ୟର ଗାଡ଼ି ଖୋଜୁଛନ୍ତି ସେମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।