ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ପତ୍ନୀ ବଡ଼ ଯା’ ଓ ତାଙ୍କ ଭାଇଙ୍କ ଗିରଫ ଦାବି କଲେ ସୁଧୀରଙ୍କ ପତ୍ନୀ

ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ପତ୍ନୀ ବଡ଼ ଯା’ ଓ ତାଙ୍କ ଭାଇଙ୍କ ଗିରଫ ଦାବି କଲେ ସୁଧୀରଙ୍କ ପତ୍ନୀ । ଭାଇ ଓ ଭଉଣୀ ବାହାରେ ରହିଲେ, ନିଜ ପରିବାର ଜୀବନ ବିପଦରେ ବୋଲି କହିଛନ୍ତି ସୁଧୀରଙ୍କ ପତ୍ନୀ । ପୁଲିସ ଉପରେ ଭରସା ନଥିବା କହିବା ସହ ପରିବାରକୁ ସୁରକ୍ଷା ଦେଇପାରିଲା ନାହିଁ । ତେଣୁ ପରିବାରର ସୁରକ୍ଷା ଦାବି କରିଛନ୍ତି ସୁଧୀରଙ୍କ ପତ୍ନୀ । ସେପଟେ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାର ପୂରା କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି । କହିଛନ୍ତି, ଅପହରଣ ପରେ ୨ କୋଟି ଟଙ୍କା ମାଗିଥିଲେ ଅପହରଣକାରୀ । ଅପହରଣ ଘଟଣା ପରଠାରୁ ପୁଲିସ ସହ ଯୋଗାଯୋଗରେ ରହିଥିଲୁ । ହତ୍ୟାକାଣ୍ଡରେ ପରିବାର ଲୋକ ସମ୍ପୃକ୍ତି ଥିବା ପୁଲିସ ସୂଚନା ଦେଇଥିଲା । ଅପହରଣକାରୀଙ୍କ କଲ୍‌ ନମ୍ବରରୁ ପରିବାରର ଲିଙ୍କ୍‌ ପାଇଥିଲା ପୁଲିସ । ଝିଆରୀ ୪ମାସ ପୂର୍ବେ ସଂପୃକ୍ତ ନମ୍ବର ସହ ଯୋଗାଯୋଗରେ ଥିଲେ । ବଡ଼ ଭାଇଙ୍କ ମୃତ୍ୟୁ ପରଠାରୁ ତାଙ୍କ ମନରେ ଅଶାନ୍ତି ଥିଲା । ଆଉ ଶାନ୍ତିରେ ବଞ୍ଚିବାକୁ ଦେବୁନି କହିଥିଲେ ଧମକ ଦେଇଥିଲେ ସୁଧୀରଙ୍କ ଭାଉଜ ।

Leave a comment