ପଶ୍ଚିମବଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ମିଳିଲା ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ

ଆସିଛି ୫ ରାଜ୍ୟର ରେଜଲ୍ଟ।  ରାଜ୍ୟରେ ବିଜେପି ବିଜୟୀ। ପଶ୍ଚିମବଙ୍ଗରେ ମୋଦି ଲହର। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ରେ ବିଜେପିର ଐତିହାସିକ ସଫଳତା ପରେ ଏବେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ନେତୃତ୍ୱରେ ଦଳ ଏହି ନିର୍ବାଚନ ଲଢ଼ିଥିଲା।

ରାଜ୍ୟ ନିର୍ବାଚନରେ ବିଜେପି ସାଧାରଣତଃ କେବେ ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରେ ନାହିଁ। ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହଙ୍କ ଚେହେରା ନିର୍ବାଚନ ଲଢିଥିଲା ବିଜେପି। ପ୍ରଧାନମନ୍ତ୍ରୀ ନିଜେ ରାଜ୍ୟବ୍ୟାପୀ ଏକ ବଡ଼ ରାଲି କରିଥିଲେ।  ଗତ ମାସ ଧରି, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ସମର୍ପିତ ଦଳୀୟ କର୍ମୀ ଭାବେ ପ୍ରଚାର କରିଥିଲେ।

ଏହାରି ଭିତରେ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ବାଛିବେ ଅମିତ ଶାହ ଓ ମୋହନ ମାଝୀ। ଅମିତ ଶାହଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ମୋହନ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ସେହିପରି ଆସାମ ବିଧାୟକ ଦଳ ନେତା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ବାଛିବେ।

Leave a comment