ଆଇଆରଜିସି ହର୍ମୁଜ ପ୍ରଣାଳୀ ମଧ୍ୟରେ ଏକ ନୂଆ ସାମୁଦ୍ରିକ ନିୟନ୍ତ୍ରଣ କ୍ଷେତ୍ର ଘୋଷଣା କରିଛି ଇରାନ

ଇରାନର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କୋର (ଆଇଆରଜିସି) ହର୍ମୁଜ ପ୍ରଣାଳୀ ମଧ୍ୟରେ ଏକ ନୂଆ ସାମୁଦ୍ରିକ ନିୟନ୍ତ୍ରଣ କ୍ଷେତ୍ର ଘୋଷଣା କରିଛି। ଇରାନ ସରକାରୀ ପ୍ରସାରକଙ୍କ ଅନୁସାରେ ସ୍ମାର୍ଟ କଣ୍ଟ୍ରୋଲର ଏହି ନୂଆ କ୍ଷେତ୍ରର ଦକ୍ଷିଣରେ ମାଉଣ୍ଟ ମୁବାରକ ଓ ୟୁଏଇର ଫଜେରାହ ଦକ୍ଷିଣର ମଧ୍ୟ ରେଖା, ପଶ୍ଚିମରେ ଇରାନର କେସନ ଦ୍ୱୀପର ଶେଷ ଭାଗ ଓ ୟୁଏଇର ଉମ ଅଲ କୁୱେନ ମଧ୍ୟ ରେଖା ପର୍ଯ୍ୟନ୍ତ କ୍ଷେତ୍ରକୁ ନିଜ ନିୟନ୍ତ୍ରଣାଧୀନ ଘୋଷଣା କରିଛି।

ଇତି ମଧ୍ୟରେ ଅଲଜଜିରାର ଏକ ରିପୋର୍ଟ ଅନୁସାରେ ଇରାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଇସ୍ମାଇଲ ବଗାଇ ପୁଷ୍ଟି କରିଛନ୍ତି ଯେ ଅଧିକାରୀ ଏବେ ଆମେରିକା ଦ୍ୱାରା ଜାରି ସଂଘର୍ଷକୁ ଅଟକାଇବା ପାଇଁ ଦିଆଯାଇଥିବା ଜବାବୀ ପ୍ରସ୍ତାବର ମୂଲ୍ୟାୟନ କରୁଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବଗାଇ କହିଛନ୍ତି ଯେ ଆମେରିକାର ବାର୍ତ୍ତା ଆମକୁ ପାକିସ୍ତାନ ମାଧ୍ୟମରେ ମିଳିଛି। ଏଣୁ ଏବେକା ପ୍ରସଙ୍ଗରେ ଆମେ ଚର୍ଚ୍ଚା କରିବୁ ନାହିଁ। କାରଣ ଏହି ପ୍ରସଙ୍ଗର ଏବେ ସମୀକ୍ଷା ହେଉଛି।ତେବେ ମୁଖପାତ୍ର ପ୍ରକ୍ରିୟାର ଜଟିଳତା ସମ୍ପର୍କରେ କହିଛନ୍ତି।

ସେ କହିଛନ୍ତି ଯେ ଅତ୍ୟଧିକ ଓ ଅନୁଚିତ ଦାବି ରଖିବାର ଆମେରିକା ଦୃଷ୍ଟିକୋଣରୁ ଏହା ସୁନିଶ୍ଚିତ ହେଉଛି ଯେ ପ୍ରସ୍ତାବ ସମୀକ୍ଷା ଏତେ ସହଜ ନୁହେଁ। ତେବେ ଅଲଜଜିରା ରିପୋର୍ଟ ଅନୁସାରେ ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ ପରମାଣୁ ସାମଗ୍ରୀ ସମ୍ପର୍କରେ ଉଠଯାଇଥିବା ପ୍ରସଙ୍ଗ ସମ୍ପୂର୍ଣ୍ଣ କାଳ୍ପନିକ ଓ ସେ ଏ କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ ‘ଏହି ସ୍ତରରେ ଆମେ ଯୁଦ୍ଧକୁ ସମ୍ପୂର୍ଣ୍ଣ ରୋକିବା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରୁ ନାହେଁ’।

ସେ କହିଛନ୍ତି ଯେ ଆଗକୁ ରାସ୍ତା ଏବେ ଅସ୍ପଷ୍ଟ କାରଣ ଏହା ନିର୍ଦ୍ଧାରିତ ନୁହେଁ,ଭବିଷ୍ୟତରେ ଆମେ କେଉଁ ଦିଗରେ ଅଗ୍ରସର ହେବୁ ଏହା ଭବିଷ୍ୟତରେ ହିଁ ନିର୍ଦ୍ଧାରଣ ହେବ। ଅଲଜଜିରା କହିଛି ଯେ ଇସ୍ଲାମାବାଦ ଦ୍ୱାରା ସୁଗମ କରାଯାଇଥିବା ଏହି କୂଟନୈତିକ ଆଦାନପ୍ରଦାନ ଏପରି ସମୟରେ ହେଉଛି ଯେତେବେଳେ କ୍ଷେତ୍ରରେ ଉତ୍ତେଜନା ବଢିବା ଆଶଙ୍କାରେ ଉଚ୍ଚ ସତର୍କତା ଅବଲମ୍ବନ କରାଯାଉଛି।

Leave a comment