ମା’ ହେବା ପରେ ବୋଲ୍ଡ ସିନରେ ନଜର ଆସିଲେ ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ କିଆରା ଆଡଭାନୀ
ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ କିଆରା ଆଡଭାନୀ ବର୍ତ୍ତମାନ ତାଙ୍କ ପ୍ରଫେସନାଲ ଏବଂ ପର୍ସନାଲ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି । ମା’ ହେବା ପରେ ପୁଣି ବଡ଼ ପରଦାରେ ନଜର ଆସିବେ କିଆରା । ତାଙ୍କର ଆଗାମୀ ଫିଲ୍ମ “ଟକ୍ସିକ: ଏ ଫେଇରୀ ଟେଲ୍ ଫର୍ ଗ୍ରୋନ୍-ଅପ୍ସ”କୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଫିଲ୍ମ ରିଲିଜ୍ ପୂର୍ବରୁ ବିବାଦରେ ରହିଛି ।
କିୟାରା ୟଶଙ୍କ ସହିତ କିଛି ବୋଲ୍ଡ ଦୃଶ୍ୟ ସୁଟ୍ କରିଥିଲେ । ସୁଟିଂ ସମୟରେ ନିର୍ଦ୍ଦେଶକ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ଏହି ସିନଗୁଡ଼ିକ ତାଙ୍କ କଫର୍ଟ ଜୋନକୁ ଦୃଷ୍ଟିରେ ରଖି ସୁଟିଂ କରାଯିବ । ହେଲେ ଶେଷ ଏଡିଟିଂ ଦେଖିବା ପରେ ଏହି ସିନଗୁଡ଼ିକର ଉପସ୍ଥାପନା ତାଙ୍କ କଳ୍ପନାଠାରୁ ଟିକେ ଭିନ୍ନ ଥିଲା ବୋଲି ଅଭିନେତ୍ରୀ ଅନୁଭବ କରିଥିଲେ । ଯାହା ପରେ ସେହିସବୁ ସିନକୁ ବଦଳାଇବା ପାଇଁ ସେ ଦାବି କରିଥିଲେ ବୋଲି ଏକ ରିପୋର୍ଟରୁ ସୂଚନା ମିଳୁଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କିଆରା ଆଡଭାନୀ କିମ୍ବା ଫିଲ୍ମର ପ୍ରଡକ୍ସନ ହାଉସ୍ ଦ୍ୱାରା କୌଣସି ବିବୃତ୍ତି ଜାରି କରାଯାଇ ନାହିଁ ।
ଦୁଇଥର ‘‘ଟକ୍ସିକ୍’’ ଫିଲ୍ମର ରିଲିଜ୍ ଡେଟ୍ ଖୁଞ୍ଚାଇ ଦିଆଯାଇଛି । ଏବେ କେବଳ ଫ୍ୟାନ୍ସ ଏହାର ରିଲିଜ ଡେଟକୁ ଅପେକ୍ଷା କରି ରହିଛନ୍ତି ।