ଆସାମର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି,ବିଜେପି ପୁଣି ଥରେ ସରକାର ଗଢୁଥିବା ଅନେକ ଏକଜିଟ୍ ପୋଲରେ ପୂର୍ବାନୁମାନ

ପଶ୍ଚିମବଙ୍ଗରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସରିବା ସହ ଆସି ଯାଇଛି ଭୋଟ୍ ବାହୁଡ଼ା ମତ ବା ଏକଜିଟ୍ ପୋଲ୍। ଏଥିରେ ଭୋଟରଙ୍କ ମୋଡ ପରଖା ଯାଇଛି। ଆସାମର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି। ବିଜେପି ପୁଣି ଥରେ ସରକାର ଗଢୁଥିବା ଅନେକ ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି। ଆଉ କଂଗ୍ରେସକୁ ପୁଣି ଥରେ ଝଟକା ଲାଗୁଥିବା ଦେଖିବାକୁ ମିଳିଛି। ହିମନ୍ତ ବିଶ୍ଵ ଶର୍ମାଙ୍କ ନେତୃତ୍ଵରେ ବିଜେପି ଆସାମରେ ହ୍ୟାଟ୍ରିକ ବିଜୟ ସହ ନିଜର କ୍ଷମତା ବଜାୟ ରଖିବାରେ ସଫଳ ହେଉଥିବା ଏକଜିଟ୍ ପୋଲରୁ ପୂର୍ବାନୁମାନ କରାଯାଇଛି।

ଏକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲ୍ ଅନୁଯାୟୀ, ଆସାମର ୧୨୬ ସିଟରୁ ବିଜେପି ୮୮ରୁ ୧୦୦ ସିଟ୍ ଜିତୁଥିବା ଆକଳନ କରାଯାଇଛି। କଂଗ୍ରେସ ମାତ୍ର ୨୪ରୁ ୩୬ ସିଟ୍ ଜିତିବା ନେଇ ପୂର୍ବାନୁମାନ କରାଯାଇଛି।

ସେହିପରି ମାଟ୍ରିଜର ଏକଜିଟ୍ ପୋଲ୍ ଅନୁସାରେ, ବିଜେପି ନେତୃତ୍ଵାଧୀନ ଏନଡିଏକୁ ୮୫ରୁ ୯୫ ସିଟ୍ ମିଳିପାରେ। ସେହିପରି କଂଗ୍ରେସ ଖାତାକୁ ମାତ୍ର ୨୫ରୁ ୩୨ ଆସନ ଆସିପାରେ। ଅନ୍ୟ ୬ରୁ ୧୨ ସିଟ୍ ଜିତିବ ବୋଲି ପୂର୍ବାନୁମାନ କରିଛି ମାଟ୍ରିଜ। ପିପୁଲ୍ସ ପଲ୍ସ ଅନୁସାରେ ବିଜେପି ୬୮ରୁ ୭୨ ଆସନ ଜିତି ପୁଣି ଥରେ ସରକାର ଗଢିବାକୁ ଯାଉଛି। କଂଗ୍ରେସ ୨୨ରୁ ୨୬ ସିଟ୍ ଏବଂ ଏଆଇୟୁଡିଏଫ ଖାତାକୁ ୩ରୁ ୫ ସିଟ୍ ଆସିପାରେ।

ସୂଚନାଯୋଗ୍ୟ, ୨୦୨୧ ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନଡିଏ ୭୫ ସିଟ୍ ସରକାର ଗଢିଥିଲା। କଂଗ୍ରେସ ୨୦୧୬ ଅପେକ୍ଷା ଭଲ ପ୍ରଦର୍ଶନ କରି ୫୦ ସିଟ୍ ଜିତିବାରେ ସଫଳ ହୋଇଥିଲା। ହେଲେ ଏଥର ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନଡିଏ ଭଲ ପ୍ରଦର୍ଶନ କରୁଥିବା ପ୍ରତିଟି ଏକଜିଟ୍ ପୋଲରୁ ଆକଳନ କରାଯାଇଛି

Leave a comment