ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଆଉ ୩୦୩୪ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡ଼ି

ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଆଉ ୩୦୩୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ମୁମ୍ବାଇରେ ଥିବା ଏକ ଫ୍ଲାଟ୍‌, ଖଣ୍ଡାଲାର ଏକ ଫାର୍ମ ହାଉସ୍‌ ଓ ଅହମଦାବାଦରେ କିଛି ଜମିକୁ ଜବତ କରାଯାଇଛି। ଏହି ସମ୍ପତ୍ତିଗୁଡ଼ିକ ରିଲାଏନ୍ସ କମ୍ୟୁନିକେସନ୍ସ ଓ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍‌ଚର୍‌ ନାମରେ ଥିଲା।ଏହି ସମ୍ପତ୍ତିଗୁଡ଼ିକୁ ମିଶାଇ ଅନିଲ ଏପର୍ଯ୍ୟନ୍ତ ଅନିଲଙ୍କ ଜବତ ହୋଇଥିବା ମୋଟ୍‌ ସମ୍ପତ୍ତି ପରିମାଣ ୧୯,୩୪୪ କୋଟି ଟଙ୍କାରେ ପହଞ୍ଚିଛି। ୧୧ ହଜାର କୋଟି ଟଙ୍କାର ମନି ଲଣ୍ଡରିଂ ମାମଲରେ ଉଭୟଙ୍କୁ ଗିରଫ କରାଯାଇଛି। ଇଡି ବ୍ୟତୀତ ସିବିଆଇର ତଦନ୍ତକୁ ମଧ୍ୟ ଅନିଲ ସାମ୍ନା କରୁଛନ୍ତି। ନିକଟରେ ସିବିଆଇ ପକ୍ଷରୁ ଅନିଲଙ୍କ କମ୍ପାନିର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରାଯାଇଥିଲା।ଜାଲ କମ୍ପାନି ଜରିଆରେ ବ୍ୟାଙ୍କରୁ ଋଣ ନେଇ ତାହାକୁ ଆତ୍ମସାତ କରିଥିବା ଅଭିଯୋଗ ଅନିଲଙ୍କ ବିରୋଧରେ ରହିଛି। ଏହି ଦୁଇ ଅଧିକାରୀ ସେଥିରେ ସହଯୋଗ କରିଥିଲେ। ତେବେ ରିଲାଏନ୍ସ ପାୱାର ଓ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଗିରଫ ହୋଇଥିବା ଦୁଇ ଅଧିକାରୀଙ୍କ ଗ୍ରୁପ୍‌ ସହ ୨୦୧୯ ପରଠାରୁ କୌଣସି ସମ୍ପର୍କ ନାହିଁ। ଅନିଲଙ୍କ ବିରୋଧରେ ବଡ଼ ଧରଣର ଋଣ ଠକେଇ ଅଭିଯୋଗ ରହିଛି। ତାଙ୍କୁ ଇଡି ପକ୍ଷରୁ ଏକାଧିକ ଥର ସମନ ମଧ୍ୟ କରାଯାଇଛି।

Leave a comment