ତାତି ଓ ଗୁଳୁଗୁଳିରୁ ଆଶ୍ବସ୍ତି ଆଣିବ କାଳବୈଶାଖୀ

ତାତି ଓ ଗୁଳୁଗୁଳିରୁ ଆଶ୍ବସ୍ତି ଆଣିବ କାଳବୈଶାଖୀ । ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା । ଆଜି ବିଜୁଳି, ଘଡଘଡି ସହ ବର୍ଷା ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରିରେ କାଳବୈଶାଖୀ ସମ୍ଭାବନା ରହିଛି । ଉପକୂଳରେ ତାପମାତ୍ରା ସାମାନ୍ୟ କମିଥିଲେ ବି ଗରମ ଓ ଗୁଳୁଗୁଳିର ପ୍ରଭାବ ଅତ୍ୟଧିକ ରହିବ। ଏପଟେ ପଶ୍ଚିମରେ ବର୍ଷୁଛି ନିଆଁ । ୪୩. ୪ ଡିଗ୍ରୀ ତାପମାତ୍ରାରେ ସିଝିଲା ଝାରସୁଗୁଡ଼ା । ଗତକାଲି ପୁଣି ଥରେ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।

ଗତକାଲି ସୂଚନାନୁଯାୟୀ, ସାରା ରାଜ୍ୟରେ ଅନୁଭୂତ ହୋଇଥିଲା ଅସହ୍ୟ ତାତି । ତାତି ପରେ କାଳ ବୈଶାଖୀ ଆଶଙ୍କା ସୃଷ୍ଟି ହୋଇଥିଲା । କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଉତ୍ତରଓଡ଼ିଶା ସମୁଦ୍ର ଉପକୂଳରେ କାଳବୈଶାଖୀ ଆଶଙ୍କା ସୃଷ୍ଟି ହୋଇଥିଲା  ।  ମେ ୧ ତାରିଖ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି ।

Leave a comment