ଆପ୍ ଛାଡିଲେ ରାଘବ ଚଢା । କେବଳ ରାଘବ ଚଢା ନୁହେଁ ସାଂସଦ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ୩ ଜଣ ରାଜ୍ୟସଭାରେ ସାଂସଦ ଥିଲେ । ଏବେ ଏମାନେ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି ।
ରାଘବ ଚଢା କହିଛନ୍ତି, ଆମ୍ ଆଦମୀ ପାର୍ଟି ଦେଶ ପାଇଁ ନୁହେଁ ବରଂ ନିଜର ବ୍ୟକ୍ତିଗତ ଫାଇଦା ପାଇଁ କାମ କରୁଛି । ଆମେ ପାର୍ଟି ପାଇଁ ଝାଳ-ରକ୍ତ ଏକାଠି କରିଛୁ । କିନ୍ତୁ ଆଜି ଘୋଷଣା କରୁଛି କି, ଆପ୍ ପାର୍ଟି ଠାରୁ ଦୂରେଇ ଯାଉଛି । ମୁଁ ଏହି ପାର୍ଟିର ଫାଉଣ୍ଡିଂ ମେମ୍ବର ଥିଲି । ମୋ ଠାରୁ କେହି ବି ଏହି ପାର୍ଟିକୁ ଜାଣିନଥିବ । ମୁଁ ଗତ ୧ ବର୍ଷ ହେଲାଣି ପାର୍ଟିର ଗତିବିଧି ଠାରୁ ଦୂରେଇ ରହୁଥିଲି, ସେମାନଙ୍କ କାରନାମା ସହିତ ନଥିଲି ।
ଆପରୁ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ବିଜେପିରେ ସାମିଲ ହେବା ସମ୍ଭାବନା ରହିଛି ।
ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ମାମଲାରେ କୋର୍ଟରୁ ଆଶ୍ୱସ୍ତି ପାଇବା ପରେ ମଧ୍ୟ ରାଘବ କୌଣସି ଉତ୍ସବରେ ସାମିଲ ହୋଇନାହାନ୍ତି କିମ୍ବା ସୋସିଆଲ ମିଡିଆରେ କୌଣସି ଶୁଭେଚ୍ଛା ଜଣାଇ ନଥିଲେ ।