ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁରହିଥିବା ବେଳେ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା ବେଳେ କର୍ମଚାରୀମାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା। ଜନଗଣନା କର୍ମଚାରୀଙ୍କୁ ମାଡ଼ ମାରିବା ସହ ଜନଗଣନା କରୁଥିବା ଦିଦିଙ୍କ ଗାଡ଼ି ଭାଙ୍ଗିଲେ ଜନୈକ ବ୍ୟକ୍ତି l କର୍ମଚାରୀଙ୍କୁ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜନଗଣନା କରେଇ ଦେଲେନି ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ l ଆକ୍ରମଣରେ ମହିଳା କର୍ମଚାରୀଙ୍କ ମୁହଁରେ ଆଘାତ ଲାଗିବା ସହ ପଥର ଧରି ମାରିବାକୁ ଗୋଡାଇଥିବା କହିଛନ୍ତି।ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଏକ , ତହସିଲଦାର ଶୁଭଙ୍କର ମହାନ୍ତି, ଏସଡିପିଓ ରଜନୀକାନ୍ତ ସାମଲ ଓ ଥାନା ଅଧିକାରୀ ପହଞ୍ଚିଥିବା ବେଳେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବାର ଦେଖିବାକୁ ମିଳିଥିଲା l ତେବେ ପୁଲିସ ଆକ୍ରମଣକାରୀଙ୍କୁ ଅଟକ ରଖିଛି ଓ ଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି।