ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
ପହଲଗାମ ଆକ୍ରମଣକୁ ବର୍ଷେ ପୁରିଛି । ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଏହାର ଜବାରରେ ଭାରତ ୭ ମଇକୁ ଅପରେସନ ସିନ୍ଦୁର ଅଭିଯାନ କରିଥିଲା । ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ ସେୟାର କରିଛି ।
ଭାରତୀୟ ସେନା କହିଛି, “ଯେତେବେଳେ ମାନବତାର ସୀମା ଲଙ୍ଘନ କରାଯାଏ, ସେତେବେଳେ ପ୍ରତିକ୍ରିୟା ନିର୍ଣ୍ଣାୟକ ହୋଇଥାଏ । ଏପ୍ରିଲ ୨୨ ତାରିଖ ୨୦୨୫ ମସିହା । ବୈସରନର ସୁନ୍ଦର ଉପତ୍ୟକା ହଠାତ୍ ଚିତ୍କାର ଏବଂ ବାରୁଦ ଧୂଆଁରେ ପରିପୂର୍ଣ୍ଣ ହୋଇଗଲା । କାରଣ ଆତଙ୍କବାଦୀମାନେ ଧର୍ମ ପଚାରି ଜଣଙ୍କ ପରେ ଜଣଙ୍କୁ ଗୁଳି ମାରି କରିଥିଲେ ହତ୍ୟା ।
ଏବେ ପହଲଗାମର ସୁରକ୍ଷାକୁ କଡ଼ା କରିବା ପାଇଁ ପ୍ରତି ସ୍ଥାନରେ କ୍ୟୁଆର କୋଡ୍ ଲଗାଇଛି । ଏହି ପାର୍ବତୀୟ ଅଞ୍ଚଳରେ କାମ କରୁଥିବା ଲୋକ, ଟ୍ୟାକ୍ସି ଡ୍ରାଇଭର, ଖଚର ଚଲାଉଥିବା ଲୋକ ଏବଂ ଲୋକଙ୍କୁ ଏକ କ୍ୟୁଆର କୋର୍ଡ ଦିଆଯାଇଛି । ଏହାକୁ ସେମାନେ ବେକରେ ଆଇକାର୍ଡ ଭଳି ଝୁଲାଇବାକୁ ହେବ । ଏହାକୁ ଗୁଗଲ୍ ଲେନ୍ସ ଦ୍ବାରା ସ୍କାନ କରି ବ୍ୟକ୍ତିର ସମସ୍ତ ବିବରଣୀ ମୋବାଇଲରେ ଦେଖିପାରିବେ ।
ଏହି କ୍ୟୁଆର କୋଡ୍ ସ୍କାନ କରିବା ପରେ ବ୍ୟକ୍ତିଙ୍କ ନାମ, ଠିକଣା, ଫୋନ ନମ୍ବର ଏବଂ ଆଧାର କାର୍ଡ ନମ୍ବର, ପିନ କୋର୍ଡ ସବୁକିଛି ଜଣାପଡିଛି । ଗତବର୍ଷ ପହଲଗାମରେ ହୋଇଥିବା ଆକ୍ରମଣରେ ୨୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଏହାପରେ ସ୍ଥାନୀୟ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏଭଳି ପଦକ୍ଷେପ ନେଇଛି ।
ଏହି ଆକ୍ରମଣର କ୍ଷତ ପୀଡିତଙ୍କ ପରିବାର ପାଇଁ ଏବେ ବି ସତେଜ ରହିଛି । ଭାରତ ଭୂସ୍ବର୍ଗକୁ ବୁଲିବାକୁ ଯାଇଥିବା ନିରୀହ ପର୍ଯ୍ୟଟକଙ୍କ ଜୀବନ ନେଇଥିଲେ ଆତଙ୍କୀ । ଆକ୍ରମଣର କିଛି ଦିନ ପରେ ଭାରତ ‘ଅପରେସନ ସିନ୍ଦୂର’ କରିଥିଲା । ମେ ୬-୭ ତାରିଖରେ ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (PoK)ରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା । ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।