ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇଲା ଚେନ୍ନାଇ ସୁପରକିଙ୍ଗ୍ସ
ରୋମାଞ୍ଚକର ମ୍ୟାଚରେ CSKକୁ ୧୦ ରନରେ ହରାଇଲା SRH । ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ଜିତିନେଇଛି ଏସଆରଏଚ୍ । ଏସଆରଏଚ ୧୦ ରନରେ ଜିତିଛି । ଟସ୍ ଜିତି CSK ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଭିଷେକ ଏବଂ କ୍ଲାସେନଙ୍କ ଅର୍ଦ୍ଧଶତକ ବଳରେ ହାଇଦ୍ରାବାଦ CSK ପାଇଁ ୧୯୬ ରନର ଟାର୍ଗେଟ ଦେଇଥିଲା । ଜବାବରେ CSK ୨୦ ଓଭରରେ ୮ ୱିକେଟ ହରାଇ କେବଳ ୧୮୪ ରନ କରିପାରିଥିଲା । ୧୯୫ ରନର ଟାର୍ଗେଟକୁ ପିଛା କରିଥିବା CSKର ଆରମ୍ଭ ଖରାପ ହୋଇଥିଲା । ଷ୍ଟାର ବ୍ୟାଟର ସଞ୍ଜୁ ସାମସନ୍ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ । ପରେ ଅଧିନାୟକ ଋତୁରାଜ ଗାୟକୱାଡ୍ ପୁଣି ଥରେ ବିଫଳ ହୋଇଥିଲେ । ସେ ମାତ୍ର ୧୯ ରନ୍ କରିଥିଲେ । ଶିବମ୍ ଦୁବେ ୧୬ ବଲରୁ ୨୧ ରନ କରି ଇନିଂସକୁ ଗଢିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସିରାଜ ତାଙ୍କୁ ବୋଲ୍ଡ କରିଥିଲେ । ଶେଷରେ CSK ୧୮୪ ରନ କରିପାରିଥିଲା । ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ୨୨ ବଲରେ ୫୯ ରନର ଏକ ଧମାକାଦାର ଇନିଂସ ଖେଳିଥିଲେ । ହେନରିଚ୍ କ୍ଲାସେନ୍ ମଧ୍ୟ ୩୯ ବଲରେ ୫୯ ରନ୍ କରିଥିଲେ ।