ପୁଣି ମା’ ହେବାକୁ ଯାଉଛନ୍ତି ବଲିଉଡର ‘ମସ୍ତାନୀ’ ଦୀପିକା ପାଦୁକୋଣ,ଝିଅ ହାତରେ ଧରାଇ ଦେଲେ ଖୁସି ଖବର
ପୁଣି ମା’ ହେବାକୁ ଯାଉଛନ୍ତି ବଲିଉଡର ‘ମସ୍ତାନୀ’। ଝିଅ ହାତରେ ଧରାଇ ଦେଲେ ଖୁସି ଖବର। ସୁନ୍ଦରୀ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋଣ ତାଙ୍କର ଦ୍ୱିତୀୟ ସନ୍ତାନର ଅପେକ୍ଷାରେ ଅଛନ୍ତି। ତାଙ୍କ ଝିଅ ଦୁଆ ବଡ଼ ଭଉଣୀ ହେବାକୁ ଯାଉଛନ୍ତି। ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି। ଦୀପିକା ଏବଂ ତାଙ୍କ ସ୍ୱାମୀ ରଣବୀର ସିଂହ ମଧ୍ୟ ଖୁବ୍ ଖୁସି ଅଛନ୍ତି। ଦୀପିକା ପାଦୁକୋଣ ତାଙ୍କ ଝିଅ ଦୁଆଙ୍କ ଜନ୍ମର ଦୁଇ ବର୍ଷ ପରେ ପୁଣି ଥରେ ମା ହେବାକୁ ଯାଉଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି। ଦୀପିକା ପାଦୁକୋଣ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କର କୁନି ଝିଅ ଦୁଆ ଏକ ପ୍ରେଗନାନ୍ସି କିଟ୍ ହାତରେ ଧରିଛନ୍ତି। ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି।
ତେବେ ଦୀପିକା ଏବଂ ରଣବୀର ୧୪ ନଭେମ୍ବର, ୨୦୧୮ରେ ଇଟାଲୀର ଲେକ୍ କୋମୋରେ ଆୟୋଜିତ ଏକ ସମାରୋହରେ ଧୁମଧାମରେ ବିବାହ କରିଥିଲେ। କିଛି ବର୍ଷ ଧରି ଡେଟିଂ କରିବା ପରେ ସେମାନେ ୨୦୧୫ରେ ଗୁପ୍ତ ଭାବରେ ନିର୍ବନ୍ଧ କରିଥିଲେ ଏବଂ ୨୦୧୮ରେ ଦୁହେଁ ବିବାହ କରିଥିଲେ। ଦୀପିକା ଏବଂ ରଣବୀର ୮ ସେପ୍ଟେମ୍ବର, ୨୦୨୪ରେ ସେମାନଙ୍କର ପ୍ରଥମ ସନ୍ତାନ ଦୁଆକୁ ସ୍ୱାଗତ କରିଥିଲେ।