ଫିଲ୍ମ ଫ୍ରାଇଡ଼େ ରେ ରିଲିଜ ହେଲା ଭୂତ ବଙ୍ଗଳା’
ଆଜି ସାରା ବିଶ୍ୱରେ ରିଲିଜ ହୋଇଛି ‘ଭୂତ ବଙ୍ଗଳା’ । ସକାଳ ୧୧ଟା ସୁଦ୍ଧା ଫିଲ୍ମଟି ୧ କୋଟି ସଂଗ୍ରହ କରିଛି । ସନ୍ଧ୍ୟାର ଶୋ ଦ୍ୱାରା ଏହାର ସଂଗ୍ରହ ଯଥେଷ୍ଟ ବୃଦ୍ଧି ପାଇବାର ଆଶା କରାଯାଉଛି ।
ଏହାରି ମଧ୍ୟରେ ‘ଭୂତ ବଙ୍ଗଳା’ ପେଡ୍ ପ୍ରିଭ୍ୟୁରେ ଭଲ ପ୍ରତିକ୍ରିୟା ହାସଲ କରିଛି । ଏହା ରିଲିଜ୍ ପୂର୍ବରୁ ପେଡ୍ ପ୍ରିଭ୍ୟୁ ଶୋ’ରୁ ୩.୫୦ କୋଟି ରୋଜଗାର କରିଛି । ତେଣୁ, ଫିଲ୍ମଟି ଏକ ଦମଦାର ଓପନିଂ କରିବ ବୋଲି ଆଶା କରାଯାଉଛି। ଏହା ପ୍ରଥମ ଦିନରେ ୧୩ କୋଟି ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି ।
ଏଥିସହ ଗତକାଲି ରାତି ୯ଟାରେ ଭୂତ ବଙ୍ଗଳାର ପେଡ୍ ପ୍ରିଭ୍ୟୁ ଶୋ ଆରମ୍ଭ ହୋଇଥିଲା । ସୌଭାଗ୍ୟବଶତଃ ଅକ୍ଷୟ କୁମାର ଏବଂ ପ୍ରିୟଦର୍ଶନ ଅଭିନୀତ ଏହି ଫିଲ୍ମଟିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।
ଫିଲ୍ମଟି ଏହାର ପ୍ରି-ରିଲିଜ୍ ପ୍ରିଭ୍ୟୁ ଶୋ’ରେ ୩.୫୦ କୋଟି ଆୟ କରିଛି ବୋଲି କୌଣସି ଏକ ସୂତ୍ରରୁ ସୂଚନା ମିଳିଛି ।
ଆଡଭାନ୍ସ ବୁକିଂ ପରେ ଅକ୍ଷୟ କୁମାରଙ୍କ ଫିଲ୍ମ “ଭୂତ ବଙ୍ଗଳା” ପାଇଁ ଦର୍ଶକଙ୍କ କ୍ରେଜ୍ ବଢିଥିଲା । ଯାହା ଅଜୟ ଦେବଗନଙ୍କ ‘ଶୈତାନ’ଫିଲ୍ମକୁ କଡ଼ା ଟକ୍କର ଦେଇଥିଲା । ରିଲିଜ୍ ପୂର୍ବରୁ ଫିଲ୍ମଟି ୪.୧୪ କୋଟି ଟଙ୍କା କଲେକ୍ସନ କରିଥିଲା । ଏବେ ଅକ୍ଷୟଙ୍କ ଫିଲ୍ମଟି ବ୍ଲକବଷ୍ଟର ହେବା ସହିତ ୫.୭୨ କୋଟି ଟଙ୍କା କଲେକ୍ସନ କରିବାରେ ସଫଳ ହୋଇଛି । ପେଡ୍ ପ୍ରିଭ୍ୟୁ ସହିତ ଭୂତ ବଙ୍ଗଳା ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଲୋକମାନେ ଫିଲ୍ମକୁ ବହୁତ୍ ପ୍ରଶଂସା କରୁଛନ୍ତି ।
ରାତି ୧୦ଟା ସୁଦ୍ଧା ଫିଲ୍ମଟି ଆଗୁଆ ବୁକିଂରେ ୫.୨୮ କୋଟି ସଂଗ୍ରହ କରିଛି । ଏଥିସହ, ୮୯,୨୬୪ ଟି ଟିକେଟ୍ ବିକ୍ରି ହୋଇଛି । ପୂର୍ବରୁ ଅକ୍ଷୟ କୁମାର-ପ୍ରିୟଦର୍ଶନ ଏକାଠି କାମ କରିଛନ୍ତି । ସେମାନଙ୍କ ଯୋଡି ଅନେକ ଫିଲ୍ମକୁ ହିଟ କରିଛି ।