କଂଗ୍ରେସ-ବିଜେଡି ଏକାଠି ନିର୍ବାଚନ ଲଢିଲେ ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ସୁଦୃଢ ହେବ-ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
ଆମେ ଚାହୁଁଛୁ କଂଗ୍ରେସ-ବିଜେଡି ଏକାଠି ହୋଇ ନିର୍ବାଚନ ଲଢନ୍ତୁ । ଦୁଇ ଜଣ ଏକାଠି ନିର୍ବାଚନ ଲଢିଲେ ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ସୁଦୃଢ ହେବ । ସବୁ ଦଳ ମିଶି ଶକ୍ତିଶାଳୀ ବିରୋଧୀ ଦଳ ତିଆରି କରନ୍ତୁ । ରାଜ୍ୟ ପାଇଁ ଭଲ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ-ବିଜେଡି ମେଣ୍ଟ ହୋଇପାରେ । ହାଇକମାଣ୍ଡ ଏହି ନିଷ୍ପତ୍ତି ଫାଇନାଲ କରିବେ ବୋଲି ସୋମବାର ଦିନ ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ । ଏହାପରେ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କହିଥିଲେ କି, ମେଣ୍ଟ ହେବ କି ନାହିଁ । ତାହା ଭବିଷ୍ୟତ କହିବ । ଏହି ନିଷ୍ପତ୍ତି ପୁରା ସଭାପତିଙ୍କର । ତେଣୁ ମେଣ୍ଟର ହେବାର ସମ୍ଭାବନାକୁ ଏଡାଇ ଦେଇପାରିବେ ନାହିଁ ।କଂଗ୍ରେସ-ବିଜେଡି ମେଣ୍ଟ ପ୍ରସଙ୍ଗରେ ସାମ୍ବାଦିକ ରାଜ୍ୟ ବିଜେପି ସଭାପତିଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଗଣତାନ୍ତ୍ରିକ ଦେଶରେ ଯାହାର ନିଷ୍ପତ୍ତି ଯିଏ ନେଇପାରିବ । ଆମେ ଚାହୁଁଛି କଂଗ୍ରେସ-ବିଜେଡି ଏକାଠି ହୋଇ ନିର୍ବାଚନ ଲଢନ୍ତୁ । ଦୁଇ ଜଣ ଏକାଠି ନିର୍ବାଚନ ଲଢିଲେ ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ସୁଦୃଢ ହେବ । ସବୁ ଦଳ ମିଶି ଶକ୍ତିଶାଳୀ ବିରୋଧୀ ଦଳ ତିଆରି କରନ୍ତୁ । ରାଜ୍ୟ ପାଇଁ ଭଲ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।