ଆଇପିଏଲ୍‌ର ଊନବିଂଶ ମୁକାବିଲା,ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ଗୁଜରାଟ ଟାଇଟନ୍ସ ୭ ୱିକେଟ୍‌ରେ ପରାସ୍ତ କରିଛି

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ଊନବିଂଶ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଦମ୍‌ଦାର ପ୍ରଦର୍ଶନ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ଗୁଜରାଟ ଟାଇଟନ୍ସ ୭ ୱିକେଟ୍‌ରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ନେତୃତ୍ବରେ ଗୁଜରାଟ ଟିମ୍‌ ୧୮.୪ ଓଭରରେ ୩ ୱିକେଟ୍‌ ହରାଇ ୧୬୫ ରନ୍‌ କରିଛି।

ଗୁଜରାଟର ପ୍ରାରମ୍ଭିକ ବ୍ୟାଟିଂ ଭଲ ଥିଲା। ସାଈ ସୁଦର୍ଶନ ଏବଂ ଶୁବମନ ଗିଲ୍‌ ପ୍ରଥମ ୱିକଟେ ପାଇଁ ୪୫ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ତେବେ ଲକ୍ଷ୍ନୌର ପ୍ରଥମ ଶିକାର ହୋଇଥିଲେ ସାଈ ସୁଦର୍ଶନ। ଆଉଟ୍‌ ହେବା ପୂର୍ବରୁ ସେ ବ୍ୟକ୍ତିଗତ ଭାବେ ୧୪ଟି ବଲ୍‌ର ସାମ୍ନା କରିଥିଲେ ଏବଂ ୩ଟି ଚୌକା ସହାୟତାରେ ୧୫ ରନ୍‌ ସଂଗ୍ରହ କରିଥିଲେ।

ଗିଲ୍‌ ଏବଂ ଜୋସ୍‌ ବଟଲର ଦ୍ବିତୀୟ ୱିକେଟ୍‌ ପାଇଁ ୮୪ ରନ୍‌ର ଭାଗିଦାରୀ କରିଥିଲେ। ଗିଲ୍‌ ଆଉଟ୍‌ ହୋଇ ପାଭିଲିଅନ ଫେରିଯିବା ପୂର୍ବରୁ ବ୍ୟକ୍ତିଗତ ଭାବେ ୫୬ ରନ୍‌ କରିଥିଲେ। ଏଥିରେ ସେ ୬ଟି ଚୌକା ଏବଂ ଗୋଟିଏ ଚୌକା ସାମିଲ କରିଥିଲେ। ବଟଲର ୩୭ଟି ବଲ୍‌ ଖେଳି ୧୧ଟି ଚୌକା ସହାୟତାରେ ୬୦ ରନ୍‌ କରିଥିଲେ। ୱାସିଂଟନ ସୁନ୍ଦର ଅପରାଜିତ ୨୧ ରନ୍‌ ଏବଂ ରାହୁଲ ତେୱାଟିଆ ଅପରାଜିତ ୧୦ ରନ୍‌ କରିଥିଲେ।

ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍‌ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ଗୁଜରାଟ ଟାଇଟନ୍ସ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଗୁଜରାଟ ବୋଲିଂର ସଫଳ ରଣନୀତି ପ୍ରସ୍ତୁତ କରି ଘରୋଇ ଦଳକୁ ୧୬୪ ରନ୍‌ରେ ଅଟକାଇଥଲା। ଋଷଭ ପନ୍ତଙ୍କ ନେତୃତ୍ବରେ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇଥିଲା।

ଗୁଜରାଟ ପାଇଁ ବୋଲିଂର ନାୟକ ଭାବେ ପ୍ରସିଦ୍ଧ କ୍ରିଷ୍ଣା ଉଭା ହୋଇଥିଲେ। ସେ ୪ ଓଭର ବୋଲିଂ କରି ୪ଟି ମୂଲ୍ୟବାନ ୱିକେଟ ନେଇଥିଲେ। ଗୁଜରାଟର ବ୍ୟାଟର ଆଇଦେନ ମାର୍କରାମ, ଆୟୁଷ ବଦୋନି, ନିକୋଲାସ ପୂରନ ଏବଂ ମୁକୁଲ ଚୌଧୁରୀଙ୍କୁ ସେ ପାଭିଲିଅନ ପଠାଇଥିଲେ।
ଇନିଂସ ଆରମ୍ଭରୁ ଗୁଜରାଟ ବିପର୍ଯ୍ୟୟର ସାମ୍ନା କରିଥିଲା। ପ୍ରାରମ୍ଭିକ ବ୍ୟାଟର ମିଚେଲ ମାର୍ସ ୪ଟି ବଲ୍‌ ଖେଳି ୧୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ସେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ତାଙ୍କର ସାଥୀ ଆଇଦେନ୍‌ ମାର୍କରାମ ୨୧ଟି ବଲ୍‌ ସାମ୍ନା କରି ୫ଟି ଚୌକା ଏବଂ ଗୋଟିଏ ଛକା ବଳରେ ୩୦ ରନ୍‌ ସଂଗ୍ରହ କରିଥିଲେ। ଅଧିନାୟକ ଋଷଭ ପନ୍ତ ୧୮ ରନ୍‌ କରିଥିଲେ। ସେ ୧୧ଟି ବଲ୍‌ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।

କୋଲକାତା ବିପକ୍ଷ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଥିବା ମୁକୁଲ ଚୌଧୁରୀଙ୍କ ବ୍ୟାଟ ପୂର୍ବଭଳି ଆଜି କାମ କରି ନଥିଲା। ସେ ୧୪ଟି ବଲ୍‌ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ବଳରେ ୧୮ ରନ୍‌ ସଂଗ୍ରହ କରିଥିଲେ। ନିକୋଲାସ ପୂରନ ୧୯ ରନ୍‌ ଏବଂ ଅବଦୁଲ ସାମନ୍ଦ ୧୮ ରନ୍‌ ସଂଗ୍ରହ କରିଥିଲେ। ଜର୍ଜ ଲିଣ୍ଡେ ୧୬ ରନ୍‌ ସଂଗ୍ରହ କରିଥିଲେ। ମହମ୍ମଦ ସାମି ୧୨ ରନ୍‌ ଏବଂ ଆଭେସ ଖାନ୍‌ ୪ ରନ୍‌ ସଂଗ୍ରହ କରିଛନ୍ତି।

Leave a comment