ପରଲୋକରେ ଜରୀନଙ୍କ ମା’ ପରବୀନ ଖାନ
‘ବୀର’ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ସଲମାନ ଖାନଙ୍କ ହିରୋଇନ ଜରୀନ ଖାନ ଦୁଃଖରେ ଭାଙ୍ଗିପଡିଛନ୍ତି । ଜରୀନଙ୍କ ମା’ ପରବୀନ ଖାନଙ୍କ ପରଲୋକ ହୋଇଛି । ଦୀର୍ଘଦିନରୁ ସେ ରୋଗରେ ପଡିଥିଲେ । ଆଜି ତାଙ୍କର ମୁମ୍ବାଇରେ ପରଲୋକ ହୋଇଛି । ଜରୀନଙ୍କ ମା’ଙ୍କ ଦେହାନ୍ତ ପରେ ବଲିଉଡ ଏବଂ ତାଙ୍କ ପ୍ରଶଂସକ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
ଜରୀନ ଖାନଙ୍କ ମାଆ ବାର୍ଦ୍ଧକ୍ୟଜନିତ ରୋଗ ସହିତ ସଂଘର୍ଷ କରୁଥିଲେ। ଅକ୍ଟୋବର ୨୦୨୫ରେ ଅଭିନେତ୍ରୀଙ୍କ ମାଆ ପରବୀନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଜରୀନ ଖାନଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ଜରୀନ ଖାନଙ୍କ ଏବଂ ସନା ଖାନଙ୍କ ମା’ ପରବୀନ ଖାନଙ୍କ ଦେହାନ୍ତ ୮ ଏପ୍ରିଲରେ ହୋଇଛି । ଆଜି ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମୁମ୍ବାଇର ଅନ୍ଧେରୀ ପଶ୍ଚିମରେ ଥିବା ଭର୍ସୋଭା ମୁସଲିମ କବରସ୍ଥାନରେ ଅନୁଷ୍ଠିତ ହେବ ।
ତେବେ ଜରୀନ ଖାନ ନିଜ ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା କରୁଥିଲେ । ଗତ କିଛିଦିନ ହେଲାଣି ତାଙ୍କ ମା’ ଗମ୍ଭୀର ରୋଗରେ ପୀଡିତ ଥିଲେ । ଜରୀନ ନିଜ ମା’ଙ୍କ ଦେଖାଶୁଣା କରୁଥିଲେ । ମା’ଙ୍କ ଦେହାନ୍ତ ପରେ ଜରୀନଙ୍କ ଜୀବନରେ ଏକ ଶୂନ୍ୟସ୍ଥାନ ରହିଗଲା, ଯାହା ପୂରଣ ହେବା ସମ୍ଭବ ନୁହେଁ ।