‘ଅସାନୀ’ ପରେ ଆସୁଛି ଏକ ବାତ୍ୟା! ଦାନା ବାନ୍ଧୁଛି ଲଘୁଚାପ..

cyclone

ମେଟ୍ରୋ ଟିଭି ଓଡିଶା (୧୩.୫.୨୦୨୨)

ବାତ୍ୟା, ଏଇ ଦୁଇଟି ଅକ୍ଷର ଯେମିତି ଓଡ଼ିଶାବାସୀଙ୍କ ପାଇଁ ଏକ ଚିର ସହଚର ପାଲଟି ଗଲାଣି । ବାତ୍ୟା ‘ଅସାନୀ’କୁ ନେଇ ରାଜ୍ୟବାସୀ ଭୟଭୀତ ରହିଥିବା ବେଳେ ତାହା ସେତେଟା ପ୍ରଭାବ ପକାଇ ପାରି ନଥିଲା । ତେବେ ପୁଣି ଆଉ ଏକ ଲଘୁଚାପ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି । ବଙ୍ଗୋପାସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ଜଣାପଡ଼ିଛି । ଆସନ୍ତା ୩-୪ ଦିନ ଭିତରେ ଏହାର ଝଲକ ଦେଖାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ।

ଆଇଏମଡି ଜାରି କରିଥିବା ଫୋରକାଷ୍ଟ ମୁତାବକ, ଆସନ୍ତା ୧୩ରୁ ୧୯ ତାରିଖ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ସୃଷ୍ଟି ହୋଇ ଅବପାତର ରୂପ ନେଇପାରେ । ତେବେ ଲଘୁଚାପ ହେବ ବୋଲି କୁହାଯାଇଥିଲେ ହେଁ ଅବପାତ ସମ୍ଭାବନାକୁ ଅଧିକାଂଶ ମଡେଲ ଖଣ୍ଡନ କରିଛନ୍ତି । ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ନେଇ ଅନେକ ବିଦେଶୀ ପାଣିପାଗ ମଡେଲ ସୂଚନା ଦେଇଛନ୍ତି ।