ରାଜଧାନୀରେ ଝଡ଼ବର୍ଷା ,ବର୍ଷା ଲାଗି ସାମାନ୍ୟ ଆଶ୍ୱସ୍ତି ପାଇଲେ ରାଜଧାନୀବାସୀ

ରାଜଧାନୀରେ ଝଡ଼ବର୍ଷା । ବର୍ଷା ଲାଗି ସାମାନ୍ୟ ଆଶ୍ୱସ୍ତି ପାଇଲେ ରାଜଧାନୀବାସୀ। ଅନେକ ସ୍ଥାନରେ ଝିପ୍ ଝିପ୍ ବର୍ଷା ହେଉଛି। ପବନ ନାହିଁ କିନ୍ତୁ ବିଜୁଳି ଘଡ଼ଘଡ଼ି ମାରୁଛି। ତାତି ସିନା କମିଛି କିନ୍ତୁ ଗୁଳୁଗୁଳି ଅନୁଭୂତ ହେଉଛି।

ଖବର ଅନୁଯାୟୀ, ସକାଳେ ପ୍ରବଳ ତାତି ହେଉଥିଲା। ଆଉ ଠିକ୍ ସାଢ଼େ ଗୋଟାଏ ବେଳକୁ କଳା ହାଣ୍ଡିଆ ମେଘ ଘୋଟି ଆସିଥିଲା। ଧୀରେ ଧୀରେ ଅପରାହ୍ନ ହେବା ସମୟରେ ଝିପ୍ ଝିପ୍ ବର୍ଷା ହୋଇଥିଲା । ଏହାସହ ଘଡ଼ଘଡ଼ି ମଧ୍ୟ ମାରୁଛି ।ସେହିପରି ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲା ସୀମାନ୍ତରେ କୁଆ ପଥର ସହ ପ୍ରବଳ ବର୍ଷା। ବର୍ଷା ପ୍ରାୟ ଏକ ଘଣ୍ଟା ଲାଗି ରହିଥିବା ବେଳେ ଭଞ୍ଜନଗର ବ୍ଲକର ଗାଲେରି, ତାରାସିଙ୍ଗି, ହରିଗଡ ଓ ବଦାଙ୍ଗି ଭଳି ଅନେକ ଗାଁ ପ୍ରଭାବିତ ହୋଇଛି। କିଛି ସ୍ଥାନରେ ଗଛ ପତ୍ର ଭାଙ୍ଗିଥିବା ଖବର ମିଳିବା ସହ ଘର ଦ୍ବାର ପ୍ରଭାବିତ ହୋଇଥିବା କୁହାଯାଉଛି। ତେବେ କାଳବୈଶାଖିକୁ ନେଇ ପାଣିପାଗ ବିଭାଗର ପୂର୍ବ ସୂଚନା ଦିଆ ଯାଇଥିବାରୁ କୌଣସି ଧନଜୀବନ ହାନୀ ହୋଇନାହିଁ ।

Leave a comment