ବିବାହର ମାସ ପରେ ଖୁସି ଖବର ଦେଲେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା,ଇନଷ୍ଟାଗ୍ରାମରେ କଲେ ପୋଷ୍ଟ
ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହକୁ ଗୋଟିଏ ମାସ ହୋଇଗଲାଣି । ଉଭୟେ ଫେବୃଆରୀ ୨୬ ତାରିଖରେ ଉଦୟପୁରର ଆଇଟିସି ମେମେଣ୍ଟୋସ୍ ହୋଟେଲରେ ବିବାହ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଥିଲା । ଉଭୟେ ସମସ୍ତ ବନ୍ଧୁ, ପରିବାର ବର୍ଗ ଓ ସାଙ୍ଗମାନଙ୍କ ଉପସ୍ଥିତିରେ ତେଲୁଗୁ ପରମ୍ପରାରେ ବିବାହ କରିଥିଲେ । ଏବେ ପୁଣି ଉଭୟ ଦମ୍ପତ୍ତି ଚର୍ଚ୍ଚାରେ ରହିଛନ୍ତି । ନିକଟରେ ରଶ୍ମିକା ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ତାଙ୍କ ପ୍ରେଗ୍ନେନ୍ସି ସମ୍ପର୍କରେ କଳ୍ପନା ଜଳ୍ପନା ସୃଷ୍ଟି କରିଛି ।
ରଶ୍ମିକା ମନ୍ଦାନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ଏକ କ୍ୟାପସନ ରଖିଛନ୍ତି । ଯାହା ଫ୍ୟାନ୍ସଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି । ଅଭିନେତ୍ରୀ ଏଭଳି ଭାବେ କ୍ୟାପସନ ରଖିଛନ୍ତି ଯାହା ଗର୍ଭଧାରଣ ବିଷୟରେ କଳ୍ପନାଜଳ୍ପନା ସୃଷ୍ଟି କରିଛି । ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁ ଭିଡିଓରେ ରଶ୍ମିକା-ବିଜୟଙ୍କ ଫଟୋ ଚାରିପଟେ ଗୋଟିଏ ହଳଦିଆ ଫୁଲର ଗ୍ରାଫିକ୍ ଦେଖିବାକୁ ମିଳିଛି । ଯାହା ସେମାନଙ୍କର ଚାରିପାଖେ ଘୂରି ବୁଲୁଛି । ଏହି ଭିଡିଓ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି ଯେ, ‘‘ଏବେ ଆମେ ତିନି ଜଣ ।’’ ଯାହାକୁ ଦେଖିବା ପରେ ଅନେକ ଲୋକ ଅନେକ ପ୍ରତିକ୍ରିୟା ଦେଇଛନ୍ତି । ସେହି ଫ୍ୟାନ୍ସଙ୍କ ମଧ୍ୟରୁ କିଛି ଲୋକ ତାଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ଆଉ କିଛି ଲୋକ ତାଙ୍କ ପ୍ରେଗ୍ନେନ୍ସିକୁ ନେଇ ସିଧାସଳଖ ଭାବେ ପ୍ରଘ୍ନ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ଏ ସମ୍ପର୍କରେ ଅଭିନେତ୍ରୀ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ କରିନାହାଁନ୍ତି ।
ଚଳିତ ବର୍ଷ ଫେବୃଆରୀ ୨୬ ତାରିଖରେ ବିବାହ କରିଥିଲେ । ଏହି ଦମ୍ପତି ଉଦୟପୁରର ITC ମେମେଣ୍ଟୋସ୍ ହୋଟେଲରେ ବିବାହ କରିଥିଲେ । ଯେଉଁଥିରେ କେବଳ ପରିବାର ଏବଂ ନିକଟତର ବନ୍ଧୁମାନେ ସାମିଲ ଥିଲେ । ବିବାହ ପରେ ଫିଲ୍ମ ଇଣ୍ଡଷ୍ଟ୍ରିଆଲିଷ୍ଟଙ୍କ ପାଇଁ ହାଇଦ୍ରାବାଦରେ ରିସେପସନ୍ ପାର୍ଟିର ଆୟୋଜନ କରିଥିଲେ । ଯଦି ତାଙ୍କ ଫିଲ୍ମ ସମ୍ପର୍କରେ କୁହାଯାଏ ତେବେ ରଶ୍ମିକା-ବିଜୟ ‘‘ରଣବାଲି’’ରେ ଏକାଠି ନଜର ଆସିବେ । ରଶ୍ମିକା ଶାହିଦ କପୁର ଏବଂ କୃତି ସାନନଙ୍କ ସହିତ “କକଟେଲ୍ ୨” ରେ ମଧ୍ୟ ନଜର ଆସିବେ ।