ନବୀନ ନିବାସରୁ ଆସିଛି ଡ଼ାକରା । କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ( କଟକ ମହାନଗ ନିଗମ)ର ୧୪ ଜଣ ବିଜେଡି କର୍ପୋରେଟରଙ୍କୁ ନବୀନ ନିବାସରୁ ଡ଼ାକରା ଆସିଛି । ଖବର ଅନୁଯାୟୀ, କିଛି ଦିନ ତଳେ ପ୍ରଭାତ ବିଶ୍ୱାଳରୁ ଦଳରୁ ବହିଷ୍କାର କରିଥିଲେ ସୁପ୍ରିମୋ । ଏହି ଘଟଣା ପରେ ଯେମିତି କଟକ ରାଜନୀତିରେ ନୂଆ ମୋଡ଼ ଆସିଥିବା ଭଳି ଅନୁମାନ ହେଉଛି । କଟକରେ ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ଘନ ଘନ ବୈଠକ ବସୁଛି । ଯେଉଁଥିରେ ବିଜେଡିରେ ଅନେକ ବରିଷ୍ଠ ନେତା ଏବଂ କର୍ପୋରେଟରମାନେ ସାମିଲ ହେଉଛନ୍ତି । ନିକଟରେ ଗୋଟିଏ ସପ୍ତାହଙ୍କ ମଧ୍ୟରେ ଦୁଇ ଦୁଇ ଥର ବୈଠକ ବସିସାରିଥିଲା । ଯେଉଁଥିରେ ସିଏମସି ମେୟର ସୁବାଷ ସିଂହ ମଧ୍ୟ ସାମିଲ ହୋଇଥିଲେ । ହେଲେ ପରବର୍ତ୍ତୀ ମୁହୁର୍ତ୍ତରେ ତାଙ୍କ ଏନେଇ ପ୍ରଶ୍ନ ପଚରାଯିବାରୁ, ସେ କହିଥିଲେ କି ମୁଁ ବିଜେଡିର ଜଣେ ନେତା ହିସାବରେ ଏହି ବୈଠକକୁ ଯାଇଥିଲି । ଏହାକୁ ନେଇ କୌଣସି ରାଜନୀତି କରିବା ଉଚିତ୍ ନୁହେଁ । ସେହିପରି ଏହି ବୈଠକ ପରେ କିଛି କର୍ପୋରେଟର ପ୍ରଭାତଙ୍କ ସପକ୍ଷରେ ବାହାରିଥିଲେ । କହିଥିଲେ କି, ଭାଇଙ୍କ ସହିତ ଆମେ ଅଛୁ ଏବଂ ଆଗକୁ ମଧ୍ୟ ରହିବୁ ।ଅନ୍ୟପଟେ କଟକ ରାଜନୀତିରେ ଚାଲିଥିବା ହଟଚମଟ ଦେଖି ଆକ୍ସନମୁଡ୍ରେ ସୁପ୍ରିମୋ । କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ୧୪ ଜଣ କର୍ପୋରେଟରଙ୍କୁ ନବୀନ ନିବାସରୁ ଡାକରା ଆସିଛି । ସୋମବାର ଦିନ ୧୦ଟା ସମୟରେ ସମସ୍ତ କର୍ପୋରେଟ ନବୀନ ନିବାସରେ ଉପସ୍ଥିତ ରହିବେ । ଏହିଠାରେ ପାର୍ଟି ସୁପ୍ରିମୋଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ପ୍ରଭାତ ବିଶ୍ୱାଳଙ୍କ ସହ କର୍ପୋରେଟଙ୍କ ରୁଦ୍ଧଦ୍ୱାରା ବୈଠକ ପରେ ନବୀନ ନିବାସରୁ ଏପରି ଡାକରା ଆସିଛି ବୋଲି ଚର୍ଚ୍ଚା ହେଉଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ