ରେଳ ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ଼କୁ ଏଡ଼ାଇବା ପାଇଁ ସ୍ବତନ୍ତ୍ର ହୋଲ୍ଡିଂ ଏରିଆ ପ୍ରସ୍ତୁତ କରିବାକୁ ବଡ଼ ଯୋଜନା ଆରମ୍ଭ କରିଛି ରେଳ ବିଭାଗ

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଭଲ ଖବର। ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ କରାଯାଉଛି ବଡ଼ ସୁବିଧା। ରେଳ ମନ୍ତ୍ରଣାଳୟ ଦେଶର ୭୬ ବଡ଼ ରେଳ ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ଼କୁ ଏଡ଼ାଇବା ପାଇଁ ବିଭିନ୍ନ ଆଧୁନିକ ସୁବିଧା ଥିବା ସ୍ବତନ୍ତ୍ର ହୋଲ୍ଡିଂ ଏରିଆ ପ୍ରସ୍ତୁତ କରିବାକୁ ବଡ଼ ଯୋଜନା ଆରମ୍ଭ କରିଛି।

ଏହି ଅତ୍ୟାଧୁନିକ ସୁବିଧା ଥିବା ହୋଲ୍ଡିଂ ଏରିଆରେ ଯାତ୍ରୀମାନେ ଟ୍ରେନ ପାଇଁ ଅପେକ୍ଷା କରିପାରିବେ। ଏଠାରେ ଯାତ୍ରୀଙ୍କୁ ବସିବା ପାଇଁ ସୁବ୍ୟବସ୍ଥିତ ଏବଂ ଆରାମଦାୟକ ସ୍ଥାନ, ପାନୀୟ ଜଳ, ଶୌଚାଳାୟ, ଟିକେଟ ସୁବିଧା, ସୂଚନା ଜାଣିବା ପାଇଁ ଡିସପ୍ଲେ ବୋର୍ଡ ଏବଂ ସୁରକ୍ଷା ଯାଞ୍ଚ ଭଳି ଆବଶ୍ୟକୀୟ ସୁବିଧା ରହିବ। ଏହାଦ୍ବାରା ଭିଡ଼ ସମୟରେ ଲୋକଙ୍କ ଗମନାଗମନ ଠିକ ଭାବରେ ପରିଚାଳନା ହୋଇପାରିବ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣ ଶୁକ୍ରବାର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ନୂଆଦିଲ୍ଲୀ ରେଲଓ୍ବେ ଷ୍ଟେସନରେ ପୂର୍ବରୁ ଆରମ୍ଭ ହୋଇସାରିଛି

ନୂଆଦିଲ୍ଲୀ ରେଲଓ୍ବେ ଷ୍ଟେସନରେ ମଡେଲ ହୋଲ୍ଡିଂ ଏରିଆ ପୂର୍ବରୁ ହିଁ ଆରମ୍ଭ ହୋଇସାରିଛି। ଫଳରେ ଏଠାରେ ଭିଡ଼କୁ ଅନେକାଂଶରେ ହ୍ରାସ କାରଯାଇପାରିଛି। ଏଠାରେ ଯାତ୍ରୀଙ୍କ ସୁବିଧା ପାଇଁ ଅତିରିକ୍ତ ଟିକେଟ କାଉଣ୍ଟର, ଅଟୋମେଟିକ ଟିକେଟ ଭେଣ୍ଡିଂ ମେସିନ, ପବ୍ଲିକ ଆଡ୍ରେସ ସିଷ୍ଟ ଏବଂ ଇଲେକ୍ଟ୍ରୋନିକ୍ ଟ୍ରେନ ସୂଚନା ବୋର୍ଡ ରହିଛି। ଯାତ୍ରୀଙ୍କ ସୁରକ୍ଷା ଏବଂ ଆରମ ସୁନିଶ୍ଚିତ କରିବା ପାଇଁ ଏହି ହୋଲ୍ଡିଂ ଏରିଆରେ ସିସିଟିଭି ଦ୍ବାରା ନିରୀକ୍ଷଣ, ବ୍ୟାଗେଜ ସ୍କାନର, ଡୋର ଫ୍ରେମ ମେଟାଲ ଡିଟେକ୍ଟର, ହାଇସ୍ପିଡ ପଙ୍ଖା ପୁରୁଷ, ମହିଳା ତଥା ଦିବ୍ୟାଙ୍ଗଙ୍କ ପାଇଁ ଭିନ୍ନ ଭିନ୍ନ ଶୌଚାଳୟ ଇତ୍ୟାଦି ରହିଛି।

ମିଳିବ ଆହୁରି ଅନେକ ସୁବିଧା

ମନ୍ତ୍ରୀ ଆହୁରି କହିଛନ୍ତି, ଅନ୍ୟ ଷ୍ଟେସନରେ ମଧ୍ୟ ଯୋଜନା ଏହି ସୁବିଧା ଆରମ୍ଭ କରାଯିବ। ଏଥିପାଇଁ କାମ ଚାଲିଛି। ଖାଲି ସେତିକି ନୁହେଁ ଆଗକୁ ନୂଆ ଆକ୍ସେନ କଣ୍ଟ୍ରୋଲ ପ୍ରୋଟୋକଲ ଅନୁସାରେ ଯେଉଁ ଯାତ୍ରୀଙ୍କ ପାଖରେ ରିଜର୍ଭେସନ ଥିବା ଟିକେଟ ଥିବ, ସେମାନଙ୍କୁ ସିଧା ପ୍ଲାଟଫର୍ମକୁ ଯିବାକୁ ଅନୁମତି ଦିଆଯିବ। ଏହା ବ୍ୟତୀତ ଯେଉଁ ଯାତ୍ରୀଙ୍କ ପାଖରେ ଟିକେଟ ନାହିଁ କିମ୍ବା ଓ୍ବେଟିଂ ଲିଷ୍ଟ ଅଛି, ସେମାନଙ୍କୁ ଟିକେଟ କନଫର୍ମ ହେବା ତଥା ପ୍ଲାଟଫର୍ମରେ ଜାଗା ଖାଲି ହେବା ପର୍ଯ୍ୟନ୍ତ ହୋଲ୍ଡିଂ ଏରିଆରେ ରହିବାକୁ ଦିଆଯିବ।

ସୁରକ୍ଷା ପାଇଁ ଲଗାଯାଉଛି ଏଆଇ କ୍ୟାମେରା

ଏହା ବ୍ୟତୀତ ଆଗକୁ ସବୁ ଷ୍ଟେସନରେ ଅଧିକ ଓସାରର ଫୁଟ ଓଭର ବ୍ରିଜ ତିଆରି କରାଯିବ। ଷ୍ଟେସନ ଏବଂ ଆଖ ପାଖ ଅଞ୍ଚଳରେ ବଡ଼ ଆକାରରେ ଏଆଇ ସିସିଟିଭି କ୍ୟାମେରା ଲଗାଇ ସୁରକ୍ଷା ମଜଭୁତ କରାଯାଉଛି। ପରିଚାଳନାକୁ ସୁଚାରୂ ରୂପେ କରିବା ପାଇଁ ବଡ଼ ଷ୍ଟେସନରେ ‘ଓ୍ବାର ରୁମ୍’ ମଧ୍ୟ କରାଯାଉଛି । ଏଠାରେ ସବୁ ବିଭାଗର ଅଧିକାରୀ ବସି କାମ କରିବେ। ଏହା ବ୍ୟତୀତ ସବୁ କର୍ମଚାରୀ ଏବଂ ସେବା ଯୋଗାଉଥିବା କର୍ମୀଙ୍କୁ ଚିହ୍ନିବା ପାଇଁ ନୂଆ ଡିଜାଇନ୍ ଥିବା କ୍ୟୁଆର କୋଡ ଆଧାରିତ ଆଇଡ କାର୍ଡ ଦିଆଯିବ। ସେହିଭଳି ଜରୁରୀ ସମୟରେ ସେମାନଙ୍କୁ ସହଜରେ ଚିହ୍ନଟ ପାଇଁ ନୂଆ ୟୁନିଫର୍ମ ମଧ୍ୟ ଦିଆଯିବ।

Leave a comment