ମାଓବାଦୀଙ୍କ ପାଇଁ ସତର୍କ ଘଣ୍ଟି, ସରେଣ୍ଡର ନକଲେ ସୁରକ୍ଷାକର୍ମୀଙ୍କୁ ସାମ୍ନା କରିବାକୁ ପଡ଼ିବ-ଓଡ଼ିଶା ପୋଲିସ ଡିଜି

ସମୟ ସରିଆସୁଛି । ଡେଡ୍‌ଲାଇନ୍‌ ପୂରଣ ହେବାକୁ ଆଉ ମାତ୍ର ବାକି ଅଛି ୨ ଦିନ । ଯଦି ଏହି ସମୟ ମଧ୍ୟରେ ସରେଣ୍ଡର ନକରନ୍ତି । ତେବେ ସୁରକ୍ଷାକର୍ମୀଙ୍କୁ ସାମ୍ନା କରିବାକୁ ପଡ଼ିବ ବୋଲି କହିଛନ୍ତି ଓଡ଼ିଶା ପୋଲିସ ଡିଜି ଓ୍ୱାଇ.ବି ଖୁରନିଆ ।

ଖବର ଅନୁଯାୟୀ, ରବିବାର ଦିନ ଓଡ଼ିଶା ପୋଲିସ ଡିଜି ଓ୍ୱାଇ.ବି ଖୁରାନିଆ ଫୁଲବାଣୀରେ ପହଞ୍ଚିଥିଲେ । ସେଠାରେ ମାଓ ସ୍ଥିତିର ସମୀକ୍ଷା କରିଥିଲେ ପୋଲିସ ଡିଜି । ପୋଲିସ ରିଜର୍ଭ ଅଫିସରେ ଡିଜିଙ୍କ ସହ ଏଡିଜି ସଞ୍ଜୀବ ପଣ୍ଡା, ଡିଆଇଜି SIW ଅଖିଳେଶ୍ୱର ସିଂ, ଆଇଜି ଅପରେସନ ଦୀପକ କୁମାର, କନ୍ଧମାଳ SP ହରିଶ ବି. ସି, SOG କମାଣ୍ଡେଣ୍ଟ ଆଶିଷ ସରକାର, CRPF ଏବଂ BSF ର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।ବୈଠକ ଶେଷ ପରେ ପୋଲିସ ଡିଜି କହିଛନ୍ତି ଯେ, ଦେଶକୁ ମାଓ ମୁକ୍ତ କରିବାକୁ ଡେଡ୍‌ଲାଇନ୍‌ ତାରିଖ ପୂରଣ ହେବାକୁ ଆଉ ଦୁଇ ଦିନ ବାକି ରହିଛି । ଏସବୁ ମଧ୍ୟରେ କନ୍ଧମାଳ ଜିଲ୍ଲାରେ କିଛି ମାଓବାଦୀମାନେ ରହିଛନ୍ତି । ତେଣୁ ସେମାନଙ୍କୁ କିଭଳି ଧରାଯିବ, ସେନେଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି। ଗତ ବର୍ଷକ ମଧ୍ୟରେ ୭୭ ମାଓବାଦୀ ସରଣ୍ଡେର କରିଛନ୍ତି । ବାକି ୨୭ ଜଣ ଏନ୍କାଉଣ୍ଟରରେ ନିହତ ହୋଇଛନ୍ତି । ତେଣୁ ଡେଡ୍ଲାଇନ୍ ଶେଷ ହେବା ପୂର୍ବରୁ ମାଓବାଦୀମାନେ ସରେଣ୍ଡର କରିଦିଅନ୍ତୁ । ନହେଲେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସାମ୍ନା କରିବାକୁ ପଡ଼ିବ ।

Leave a comment