ବାରରେ ନଚାଇ ପାରିବେନି ଯୁବତୀ

ମେଟ୍ରୋ ଟିଭି ଓଡିଶା(୧୨.୫.୨୦୨୨ )

ରାଜଧାନୀ ଭୁବନେଶ୍ୱରରେ ଥିବା ୧୪ ଟି ଡ୍ୟାନ୍ସବାରକୁ ଅନୁମତି ପ୍ରଦାନ କରିଛି ଅବକାରୀ ବିଭାଗ । ରେନ୍ ଦ କ୍ଲବ, ଲାଇଭ୍ ଇଟ ଅପ, ସ୍ୱାଗତ ବାର, ଦିପାଳୀ, ଉର୍ମି, ଗ୍ରିନ ଗ୍ରି ଫିଲ, ଅଶୋକା, ରିୱାଇଣ୍ଡ୍, ଆଲିଶାନ, ବାର୍ବି, ମହାନ୍ତି, ପେଣ୍ଟାଗନ, ପ୍ରିନ୍ସ ଓ ଏକାମ୍ର ବାରକୁ ଅନୁମତି ମଳିଥିବା ଜଣାପଡ଼ିଛି ।

ସେହିପରି ୨୩ ବର୍ଷରୁ କମ୍ ବୟସ୍କ ଯବତୀଙ୍କୁ ଡ୍ୟାନ୍ସ ବାରରେ ନଚାଇବା ଉପରେ କଟକଣା ଲଗାଯାଇଛି । ଏଥିସହ ଡ୍ୟାନ୍ସରଙ୍କ ଉପରକୁ ଟଙ୍କା ଉଡ଼ାଇବା ଉପରେ ବାରଣ କରାଯାଇଛି । କରୋନା କଟକଣା ଲାଗି ଭୁବନେଶ୍ୱର ଡ୍ୟାନ୍ସବାର ଗୁଡିକ ବନ୍ଦ କରି ଦିଆଯାଇଥିଲା। ଏପରିକି ଅବକାରୀ ବିଭାଗ ପକ୍ଷରୁ ଡ୍ୟାନ୍ସବାର ଗୁଡିକୁ ଲାଇସେନ୍ସ ଦିଆଯାଉ ନଥିଲା। ତେଣୁ ବିନା ଲାଇସେନ୍ସର କିଛି ଡ୍ୟାନ୍ସବାର୍ ଚଳାଉଥିଲେ। ପରେ ଅବକାରୀ ବିଭାଗ ଓ କମସିନରେଟ ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଡ୍ୟାନ୍ସବାର ଗୁଡ଼ିକୁ ବନ୍ଦକରି ଦିଆଯାଇଥିଲା। କିନ୍ତୁ ଏବେ ରାଜଧାନୀର ୧୪ଟି ଡ୍ୟାନ୍ସବାରକୁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି । ବାର୍ ମାଲିକଙ୍କ ପାଇଁ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳି ମାନିବାକୁ କଡ଼ାକଡ଼ି କରାଯାଇଛି । ସେହିପରି ସ୍ଥାନୀୟ ପୋଲିସ ଠାରୁ ମ୍ୟୁଜକାଲ ଓ ଲାଇଟ ସାଉଣ୍ଡର ଅନୁମତି ସହ ଫାୟାର ସେଫ୍ଟିସାର୍ଟିଫିକଟ୍ ଠିକ୍ କରି ଡ୍ୟାନ୍ସବାର୍ ଚଳାଇବାକୁ ଅନୁମତି ଦିଆଯାଇଛି ।ରାଜଧାନୀ ଭୁବନେଶ୍ୱରରେ ଥିବା ୧୪ ଟି ଡ୍ୟାନ୍ସବାରକୁ ଅନୁମତି ପ୍ରଦାନ କରିଛି ଅବକାରୀ ବିଭାଗ । ରେନ୍ ଦ କ୍ଲବ, ଲାଇଭ୍ ଇଟ ଅପ, ସ୍ୱାଗତ ବାର, ଦିପାଳୀ, ଉର୍ମି, ଗ୍ରିନ ଗ୍ରି ଫିଲ, ଅଶୋକା, ରିୱାଇଣ୍ଡ୍, ଆଲିଶାନ, ବାର୍ବି, ମହାନ୍ତି, ପେଣ୍ଟାଗନ, ପ୍ରିନ୍ସ ଓ ଏକାମ୍ର ବାରକୁ ଅନୁମତି ମଳିଥିବା ଜଣାପଡ଼ିଛି । ସେହିପରି ୨୩ ବର୍ଷରୁ କମ୍ ବୟସ୍କ ଯବତୀଙ୍କୁ ଡ୍ୟାନ୍ସ ବାରରେ ନଚାଇବା ଉପରେ କଟକଣା ଲଗାଯାଇଛି । ଏଥିସହ ଡ୍ୟାନ୍ସରଙ୍କ ଉପରକୁ ଟଙ୍କା ଉଡ଼ାଇବା ଉପରେ ବାରଣ କରାଯାଇଛି । କରୋନା କଟକଣା ଲାଗି ଭୁବନେଶ୍ୱର ଡ୍ୟାନ୍ସବାର ଗୁଡିକ ବନ୍ଦ କରି ଦିଆଯାଇଥିଲା। ଏପରିକି ଅବକାରୀ ବିଭାଗ ପକ୍ଷରୁ ଡ୍ୟାନ୍ସବାର ଗୁଡିକୁ ଲାଇସେନ୍ସ ଦିଆଯାଉ ନଥିଲା। ତେଣୁ ବିନା ଲାଇସେନ୍ସର କିଛି ଡ୍ୟାନ୍ସବାର୍ ଚଳାଉଥିଲେ। ପରେ ଅବକାରୀ ବିଭାଗ ଓ କମସିନରେଟ ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଡ୍ୟାନ୍ସବାର ଗୁଡ଼ିକୁ ବନ୍ଦକରି ଦିଆଯାଇଥିଲା। କିନ୍ତୁ ଏବେ ରାଜଧାନୀର ୧୪ଟି ଡ୍ୟାନ୍ସବାରକୁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି । ବାର୍ ମାଲିକଙ୍କ ପାଇଁ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳି ମାନିବାକୁ କଡ଼ାକଡ଼ି କରାଯାଇଛି । ସେହିପରି ସ୍ଥାନୀୟ ପୋଲିସ ଠାରୁ ମ୍ୟୁଜକାଲ ଓ ଲାଇଟ ସାଉଣ୍ଡର ଅନୁମତି ସହ ଫାୟାର ସେଫ୍ଟିସାର୍ଟିଫିକଟ୍ ଠିକ୍ କରି ଡ୍ୟାନ୍ସବାର୍ ଚଳାଇବାକୁ ଅନୁମତି ଦିଆଯାଇଛି ।