ଦିଲ୍ଲୀ ବିଧାନସଭା ଓ ମେଟ୍ରୋ ଷ୍ଟେସନ୍ କୁ ବୋମାରେ ଉଡ଼ାଇଦେବାକୁ ଧମକ

ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇଦେବାକୁ ଧମକ । ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ପାଖକୁ ଆସିଲା ଧମକପୂର୍ଣ୍ଣ ମେଲ୍ । ଦିଲ୍ଲୀ ମେଟ୍ରୋ ଷ୍ଟେସନ୍ ମଧ୍ୟ ଉଡ଼ାଇଦେବାକୁ ଧମକ ଦିଆଯାଇଛି । ବଜେଟ୍ ଉପସ୍ଥାପନ ପୂର୍ବରୁ ଏଭଳି ମେଲ୍ ସମସ୍ତଙ୍କ ମନରେ ଛନକା ପଶାଇଦେଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସର ଅଧିକ ଛାନଭିନ୍ ମଧ୍ୟ ଆରମ୍ଭ ହୋଇ ସାରିଛି । ମେଲକୁ ଯାଞ୍ଚ କରାଯାଉଛି , ଦିଲ୍ଲୀ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ବଢ଼ାଇଦିଆଯାଇଛି ।ପୂର୍ବରୁ ଦିଲ୍ଲୀରେ ବିଭିନ୍ନ ସ୍କୁଲକୁ ବୋମା ଧମକ ମଧ୍ୟ ଆସିଥିଲା । ପରେ ପରେ ସ୍କୁଲଗୁଡ଼ିକୁ ଯାଞ୍ଚ କରାଯିବା ସହିତ ଏହାକୁ ହାଇଆଲର୍ଟରେ ମଧ୍ୟ ରଖାଯାଇଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ପିଲାମାନଙ୍କୁ ବାହାରକୁ ବାହାର କରାଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ବାହାର କରାଯାଇଥିଲା । ପରବର୍ତ୍ତୀ ସମୟରେ ସେଭଳି କିଛି ସମସ୍ୟା ଦୃଷ୍ଟିଗୋଚର ହୋଇନଥିଲା । ହେଲେ ଏବେ ବିଧାନସଭାକୁ ଉଡ଼ାଇଦେବାକୁ ଧମକପୂର୍ଣ୍ଣ ମେଲ୍ ଆସିଛି ।

 

Leave a comment