ଦଳର ଶୃଙ୍ଖଳା ଭାଙ୍ଗିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି – ଦେବୀପ୍ରସାଦ ମିଶ୍ର
ଦଳର ସମ୍ବିଧାନରେ ଅଛି । ସେଥିପାଇଁ ଶୃଙ୍ଖଳା ଭାଙ୍ଗିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ରାଜ୍ୟସଭା ଭୋଟିଂ ବେଳେ ବସିଥିବା ଏଜେଣ୍ଟ କାର୍ଯ୍ୟାନୁଷ୍ଠାନ ପାଇଁ ବି ସୁପାରିଶ ମଧ୍ୟ କରିଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗଣମାଧ୍ୟମରେ ସେମାନେ ବିଭିନ୍ନ ପ୍ରକାରର ବିବୃତ୍ତି ରଖୁଛନ୍ତି । ଦଳ ପକ୍ଷରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଥିଲା । କିନ୍ତୁ ସନ୍ତୋଷଜନକ ଉତ୍ତର ମିଳିନଥିଲା । ଶୃଙ୍ଖଳା କମିଟି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲା । ନବୀନ ବାବୁ ରାଜନୈତିକ ବ୍ୟାପାର କମିଟି ଡାକି ସମସ୍ତଙ୍କ ସହ କଥା ହୋଇଥିଲେ । ଏହାପରେ କମିଟି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଲା । ତେଣୁ ସଭାପତି ନିଲମ୍ବନ କରିଲେ ।ସେ କହିଛନ୍ତି ଯେ, ବିଧାୟକଙ୍କୁ ନିଲମ୍ବନ କଲେ କାହାର ଫାଇଦା ହୁଏ ? କାହାର କ୍ଷତି ହୁଏ ? ତାହା ଗୁରୁତ୍ୱପୂର୍ଣ ନୁହେଁ । ବରଂ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ସେମାନେ ପାର୍ଟି ନିର୍ଦ୍ଦେଶରୁ ବାହାରକୁ ଯାଇଛନ୍ତି । ତେଣୁ ଦଳ ସେମାନଙ୍କ ବିରୋଧରେ ଯିବ ଏବଂ ଆକ୍ସନ ବି ନେବ ।