ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା ଘଟଣା: ୨ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ
ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା ଘଟଣାରେ ୨ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ସିଦ୍ଧାର୍ଥ ସ୍ବାଇଁ ଓ ଦେବୀପ୍ରସାଦ ଲେଙ୍କାକୁ ଗିରଫ କରିଛି ପୋଲିସ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠାରୁ କିଛି ଦୂରରେ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ପରିବାର ରହୁଥିବା ଜାଗାରେ ପ୍ରଥଭ୍ରଷ୍ଟ ଅସାମାଜିକ ଯୁବକ ମାନେ ବାସଭବନରେ ପଶି ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ବ୍ଲାଙ୍କ୍ ଫାଇରିଂ କରିଛନ୍ତି । କୌଣସି ପେଟ୍ରୋଲିଂ ନଥିଲା । ରାଜ୍ୟସଭା ନିର୍ବାଚନରେ କିଛି ଟଙ୍କା ପାଇଁ ବାଙ୍କୀ ବାସୀଙ୍କୁ ବିକି ଦେଇ କ୍ରସ ଭୋଟିଂ କରିଥିବା ବାଙ୍କୀ ବିଧାୟକ ଦେବୀ ତ୍ରିପାଠୀଙ୍କ ପିଲା ନା ବିଜେପି ପିଲା ଏହି କାଣ୍ଡ ଘଟାଇଛନ୍ତି । ସେ ପିଲାମାନେ କଥା ହେଉଥିଲେ ବାରମ୍ୱାର ବିଜୁ ଲିଗାସୀ କଥା । ସେମାନେ ବୋଧହୁଏ ଜାଣିନାହାଁନ୍ତି ବିଜୁ ଲିଗାସୀ କଣ? ଏଭଳି କାଣ୍ଡ କରିଥିବା ପିଲାଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ପୋଲିସ ନେଉ । ବିଜେପି ଯେଉଁଭଳି ଘୋଡା ବେପାର କଲା ପରେ କ୍ରିମିନାଲ ବାତାବରଣ କରିବାକୁ ଚେଷ୍ଟା କରୁଛି ।
ଯଦି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବିଜେଡି । ଏମାନେ ସବୁ ସମାଜରେ ନିନ୍ଦିତ, ଲୋକେ ବି ଛି ଛି କଲେଣି । ଏବେ ସବୁ କିଛି ପଦାରେ ପଡିଯାଇଛି । ନିଜ ସ୍ୱାର୍ଥ ପାଇଁ ବାଙ୍କୀବାସୀଙ୍କ ସହ ଛଳନା କରିଛନ୍ତି । ଲୋକଙ୍କ ଦ୍ୱାରା ନିନ୍ଦିତ ହେଉଛନ୍ତି । ଏଥିରୁ ନିବୃତ ରୁହନ୍ତୁ ନହେଲେ ପରିସ୍ଥିତି ଭାୟାବହ ହେବ ବୋଲି କହିଛନ୍ତି ବିଜେଡି ସଭାପତି ଚିନ୍ମୟ ସାହୁ ।
ସେହିଭଳି ସମାନ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ । ସେ କହିଛନ୍ତି ଡବଲ ମୂଲ ମିଳିଛି ସେଥିରୁ ଛିଞ୍ଚନ କରୁଛନ୍ତି । ପ୍ରତାପ ଜେନାଙ୍କ ଘରେ ଦେବୀ ତ୍ରିପାଠୀଙ୍କ ନାମ କହି ଯେଉଁମାନେ ଏଭଳି କାଣ୍ଡ କଲେ ଏବେ ଦେବୀ ତ୍ରିପାଠୀ ସାମ୍ନାକୁ ଆସି କ୍ଲିୟର କରନ୍ତୁ । ସେମାନେ ତାଙ୍କ ପିଲା କି ନାହିଁ ସ୍ପଷ୍ଟ କରି ଯାଆନ୍ତୁ ।
ଶୁକ୍ରବାର ଦେବୀ ତ୍ରିପାଠୀ ବାଙ୍କିରେ ରାଲି କଲେ କାହିଁକି ଶଙ୍ଖ ଚିହ୍ନ ନଥିଲା ବୋଲି ଓଲଟା ପ୍ରଶ୍ନ କରିଛନ୍ତି ବିଜେଡି ସଭାନେତ୍ରୀ । ବିଜୁ ବାବୁଙ୍କ ଫଟୋ ଥିଲା । କେଉଁଠୁ ଫଣ୍ଡିଙ୍ଗ ହୋଇଛି, କେନ୍ଦୁଝର ଓ ସୁନ୍ଦରଗଡ଼ କି ? ରାଜ୍ୟସଭାରେ ଭୋଟ ଦେବା ବେଳେ ବାରମ୍ବାର ବାଥରୁମ ଆସି କାହା ସହ କଥା ହେଉଥିଲେ ଭିଡିଓ ଆସିବ । କ୍ୟାପିଟାଲ ଥାନାରେ କେଶ ଦେଇଛୁ । ଗୋଟିଏ ଦିନ ସମୟ ଦେଇଛୁ ପୋଲିସକୁ । କାଲି କିଛି ଅଘଟଣ ଘଟିଥିଲେ କିଏ ଦାୟୀ ରହିଥାନ୍ତା ? ଯୁବ ଛାତ୍ର ତାତିଲେ ପରିଣାମ କଣ ହେବ ତାଙ୍କୁ ଜଣାଇ ଦିଆଯିବ । ଯଦି ତୁରନ୍ତ କିଛି ଆକ୍ସନ ନହୁଏ ତେବେ ସନ୍ଧ୍ୟାରେ ପୁଣି ଥାନାକୁ ଯିବୁ ବୋଲି ସେ ଚେତାଇ ଦେଇଛନ୍ତି ।