ଓଡ଼ିଶାରେ ସଡକ ଦୁର୍ଘଟଣାରେ ପ୍ରତିଦିନ ହାରାହାରି ୧୮ ଜଣ ବ୍ୟକ୍ତି ପ୍ରାଣ ହରାଉଛନ୍ତି: ସଡ଼ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା

ଦ୍ରୁତ ଗତି, ମହାବିପତି । ଏକଥା କାନ୍ଥ ବାଡ଼ରେ ଲେଖା ହୋଇଛି । ହେଲେ ମାନୁଛି କିଏ । ସେଥିପାଇଁ ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ବି ବଢୁଛି । ଖାସ୍ କରି ଦ୍ରୁତ ଗାଡି ଚାଳନାରେ ହଜାର ହଜାର ସଂଖ୍ୟାରେ ହେଉଛି ଦୁର୍ଘଟଣା । ଗୃହରେ ଏ ପ୍ରସଙ୍ଗରେ ଲିଖିତ ଉତ୍ତର ରଖିଛନ୍ତି ସଡ଼ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।

ମନ୍ତ୍ରୀ କହିଛନ୍ତି ୨୦୨୫ରେ ଦ୍ରୁତ ଗାଡି ଚାଳନା ଯୋଗୁଁ ୪୧୮୯ ଦୁର୍ଘଟଣା ଘଟିଛି । ଯାହାକି ୨୦୨୪ ତୁଳନାରେ ଏହା କମିଛି ସତ । ୭୨୬୯ଟି ଦୁର୍ଘଟଣା ୨୦୨୪ରେ ରସ ଡ୍ରାଇଭିଙ୍ଗ ଯୋଗୁଁ ହୋଇଥିଲା । ୨୦୨୫ରେ ୯୬ଟି ଦୁର୍ଘଟଣା କେବଳ ନିଶା ସେବନ କରି ଗାଡି ଚଳାଇବାରୁ ଘଟିଥିଲା । ରଙ୍ଗସାଇଡ ଡ୍ରାଇଭିଙ୍ଗରେ ୯୦ଟି ଦୁର୍ଘଟଣା ଘଟିଛି ।ମୋବାଇଲ ଫୋନରେ ଗପି ଗାଡି ଚଳାଇବାରୁ ତିନୋଟି ଦୁର୍ଘଟଣା ହେଲାଣି । ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଠାରୁ ଉପଲବ୍ଧ ୨୦୨୫ ମସିହାର ପ୍ରୋଭିଜନାଲ ସଡକ ଦୁର୍ଘଟଣା ଜନିତ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ସଡକ ଦୁର୍ଘଟଣାରେ ପ୍ରତିଦିନ ହାରାହାରି ୧୮ ଜଣ ବ୍ୟକ୍ତି ପ୍ରାଣ ହରାଉଛନ୍ତି । ସେଥିମଧ୍ୟରୁ ହାରାହାରି ଦୁଇ ଜଣ ମହିଳା, ଜଣେ ଶିଶୁ ଅଛନ୍ତି ।

Leave a comment