ଟ୍ବେଣ୍ଟି-୨୦ ବିଶ୍ବକପ୍‌ ରୁ କେଉଁ ପରିସ୍ଥିତିରେ ବାଂଲାଦେଶ ଓହରିଲା ସେ ନେଇ ଏକ ତଦନ୍ତ କମିଟି ଗଠନ କରିବେ ବାଂଲାଦେଶର ନୂଆ ସରକାର

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ରୁ କେଉଁ ପରିସ୍ଥିତିରେ ବାଂଲାଦେଶ ଓହରିଲା ସେ ନେଇ ଏକ ତଦନ୍ତ କମିଟି ଗଠନ କରିବେ ବାଂଲାଦେଶର ନୂଆ ସରକାର। ଏ ନେଇ କ୍ରୀଡ଼ା ମନ୍ତ୍ରୀ ଅମିନୁଲ୍‌ ହକ୍‌। ସେ କହିଛନ୍ତି ଯେ ସରକାର ଜାଣିବାକୁ ଚେଷ୍ଟା କରିବେ କେଉଁ କାରଣରୁ ବାଂଲାଦେଶ ଦଳ ବିଶ୍ବକପ୍‌ ଖେ​ଳିପାରିଲା ନାହିଁ। ବିଶ୍ବକପ୍‌ ହେଲା, କିନ୍ତୁ କ୍ରୀଡ଼ା କୂଟନୀତିର ଅଭାବ ଯୋଗୁଁ ଦଳ ଭାଗ ନେଇପାରିଲା ନାହିଁ। ଏହି କମିସନ ଗଠନ ମାଧ୍ୟମରେ ସରକାର କେଉଁଠି ସମସ୍ୟା ରହୁଛି ଓ କୂଟନୀତିରେ କଣ ଅଭାବ ରହୁଛି ତାହା ଜାଣିବାକୁ ଚେଷ୍ଟା କରିବେ । ଏଥିପାଇଁ ଏକ ତଦନ୍ତ କମିଟି ଗଠନ କରାଯିବ ଯାହାକି ମୂଳ ସମସ୍ୟା ଜାଣିବାକୁ ଚେଷ୍ଟା କରିବ, ଏ ନେଇ କ୍ରିକେଟ୍‌ ବୋର୍ଡ ଓ ଅନ୍ୟ ସଂପୃକ୍ତ ପକ୍ଷମାନଙ୍କୁ ପଚରାଉଚୁରା କରିବ ଓ ସରକାରଙ୍କ ନିଜର ତଦନ୍ତ ରିପୋର୍ଟ ପ୍ରଦାନ କରିବ।

ଏହାପୂର୍ବରୁ ମହମ୍ମଦ ମିଥୁନଙ୍କ ନେତୃତ୍ବରେ ବାଂଲାଦେଶ କ୍ରିକେଟ୍‌ କଲ୍ୟାଣ ସଂଘର ଏକ ପ୍ରତିନିଧିମଣ୍ଡଳ ତାଙ୍କୁ ଭେଟିଥିଲେ ଓ ଏହି ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ଏହି ବୈଠକ ଅବସରରେ ଉଚିତ ତଦନ୍ତ ଓ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Leave a comment