ରାଜ୍ୟସଭା ନିର୍ବାଚନ: ବିଜେଡି ଶିବିରରେ କ୍ରସ୍ ଭୋଟିଂ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଆଭିମୁଖ୍ୟକୁ ନେଇ ସନ୍ଦେହ ବଢ଼ିଛି

ଓଡ଼ିଶା ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ରାଜନୈତିକ ମହଲରେ ବଡ଼ ବିସ୍ଫୋରଣ ଘଟିଛି। ବିଜେଡି ଶିବିରରେ କ୍ରସ୍ ଭୋଟିଂ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଆଭିମୁଖ୍ୟକୁ ନେଇ ସନ୍ଦେହ ବଢ଼ିଛି
ବିଜେଡି ବିଧାୟକ ସୌଭିକ ବିଶ୍ୱାଳ ଏବଂ ଚକ୍ରମଣି କହଁର କ୍ରସ୍ ଭୋଟିଂ କରିଥିବା ନେଇ ଅଭିଯୋଗ ଉଠିଛି। ଭୋଟ୍ ଦେବା ସମୟରେ ଏହି ଦୁଇ ବିଧାୟକ ଦଳୀୟ ଏଜେଣ୍ଟଙ୍କ ନିୟମ ଉଲ୍ଲଂଘନ କରିଥିବା କୁହାଯାଉଛି। ଏହାକୁ ନେଇ ବିଜେଡି ଏଜେଣ୍ଟ ପ୍ରତାପ ଦେବ ପ୍ରବଳ ଆପତ୍ତି ଉଠାଇଛନ୍ତି। ବୁଥ୍ ଭିତରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ଏବଂ ପ୍ରତାପ ଦେବ ଏହି ଭୋଟ୍‌ର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପଟେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ସସପେନ୍ସ ଜାରି ରହିଛି। ପୂର୍ବରୁ ସେ ଦଳୀୟ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଆଜି ଭୋଟ୍ ଦେଇ ସାରିବା ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ଚୁପଚାପ୍ ଚାଲିଯିବା ଏବେ କ୍ରସ୍ ଭୋଟିଂ ଆଶଙ୍କାକୁ ଆହୁରି ଦ୍ୱିଗୁଣିତ କରିଛି।

Leave a comment