ଦାଶରଥୀ ଗମାଙ୍ଗ ପାଇଁ ଜାରି ହେଲା ନୂଆ ଡେଡ୍ଲାଇନ୍,ସୋମବାର ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ

ରାଜ୍ୟସଭା ନିର୍ବାଚନ ଆସନ୍ତାକାଲି ହେବାକୁ ଯାଉଥିବା ବେଳେ କଂଗ୍ରେସ ଭିତରେ କ୍ରସ ଭୋଟିଂ ଡର ଲାଗି ରହିଛି । ନିର୍ବାଚନ ପୂର୍ବରୁ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ବେଙ୍ଗାଲୁରୁରେ କ୍ୟାମ୍ପ ପକାଇଥିବା କଂଗ୍ରେସର ୮ ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରାଯାଉଥିଲା । ଏପରିକି ଏହି ମିଶନରେ ଥିବା ଦୁଇ ଜଣଙ୍କୁ କଂଗ୍ରେସ ଅଟକ ରଖିଥିବା ଅଭିଯୋଗ କରିଛି । ସେପଟେ ଦାଶରଥୀ ଗମାଙ୍ଗ ଧରା ଛୁଆଁ ଦେଉନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଦଳ । କିନ୍ତୁ ସେ ହାଜର ନହେବାରୁ ତାଙ୍କୁ ନୂଆ ଡେଡ୍ଲାଇନ୍ ଦିଆଯାଇଛି । ସୋମବାର ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ । ସଭ୍ୟପଦ ଋଦ୍ଦ ଚେତାବନୀ ସହ ଓଡ଼ିଶା ପିସିସି ପକ୍ଷରୁ ଚିଠି କରାଯାଇଛି । ରବିବାର ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ପ୍ରଥମ ଡେଡ୍ଲାଇନ୍ ସରିଛି ।ପୂର୍ବରୁ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ସୋ’ କଜ୍ ନୋଟିସ୍ ଜାରି କରିଥିଲା ପିସିସି ଶୃଙ୍ଖଳା କମିଟି । ଦଳୀୟ ଶୃଙ୍ଖଳା ଅବମାନନା ନେଇ ଦାଶରଥୀ ଗମାଙ୍ଗଙ୍କୁ ନୋଟିସ୍ ହୋଇଥିଲା । ରବିବାର ସନ୍ଧ୍ୟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ଯାହାକୁ ନେଇ ପୁଣି ଥରେ ତାଙ୍କୁ ନୋଟିସ୍ ଜାରି କରାଯାଇଛି ।

Leave a comment